ନୂଆଦିଲ୍ଲୀ : ୨୦୧୯ରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଅନୁପ୍ରବେଶ ହାର ବିଗତ ବର୍ଷମାନଙ୍କ ତୁଳନାରେ ହ୍ରାସ ପାଇଛି। ସେହିଭଳି ୨୦୧୯ରେ ଶତକଡ଼ା ୩୦ ପ୍ରତିଶତ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି ବୋଲି ଜମ୍ମୁ-କାଶ୍ମୀର ପୁଲିସ ଡିଜି ଦିଲ୍ବାଗ ସିଂହ ଆଜି ସୂଚନା ଦେଇଛନ୍ତି। ୨୦୧୮ରେ ୧୪୩ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଥିବାବେଳେ ୨୦୧୯ରେ ୧୩୦ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ସେହିଭଳି ୨୦୧୯ରେ ଆତଙ୍କବାଦୀ ସଂଗଠନମାନଙ୍କରେ ସ୍ଥାନୀୟ ଯୁବକଙ୍କ ମିଶ୍ରଣ ମଧ୍ୟ ହ୍ରାସ ପାଇଛି। ୨୦୧୮ରେ ୨୧୮ ଯୁବକ ଆତଙ୍କବାଦୀ ସଂଗଠନରେ ମିଶିଥିବାବେଳେ ୨୦୧୯ରେ ୧୩୯ ଯୁବକଙ୍କ ମିଶ୍ରଣ ଘଟିଛି। ସେହିଭଳି ୨୦୧୯ରେ ସୁରକ୍ଷା ବାହିନୀ ମୋଟ ୮୦ଟି ସାମରିକ କାର୍ଯ୍ୟାନୁଷ୍ଠାନ କରି ୧୬୦ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ବୋଲି ପୁଲିସ ଡିଜି ଦିଲ୍ବାଗ ସିଂହ କହିଛନ୍ତି। ଜମ୍ମୁ-କାଶ୍ମୀର ପୁଲିସ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଆଶାନୁରୂପ ସଫଳତା ହାସଲ କରିଛି ଏବଂ ୧୦ ହଜାର ଯୁବକ ପୁଲିସ ପ୍ରଶିକ୍ଷଣ ନେଇପାରିଛନ୍ତି ବୋଲି ଡିଜି କହିଛନ୍ତି।
୨୦୧୯ରେ କାଶ୍ମୀରରେ ୧୬୦ ଆତଙ୍କବାଦୀ ନିପାତ, ୩୦% ଆତଙ୍କବାଦୀ କାର୍ଯ୍ୟକଳାପ କମିଛି: ଜମ୍ମୁ-କାଶ୍ମୀର ଡିଜିପି
/sambad/media/post_attachments/wp-content/uploads/2020/01/jammu_and_kashmir_dgp_dilbagh_singh_file_pic__1569779442.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)