ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଗୁରୁବାର ଖେଳାଯାଉଥିବା ଆଇପିଏଲ ୨୦୨୫ର ୩୩ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୩ ରନର ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ ।
ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୬୨ ରନ କରିଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ୪୦ ରନ କରିଥିବାବେଳେ ଟ୍ରାଭିସ୍ ହେଡ୍ ୨୮ ରନ କରିଥିଲେ । ହେନେରିକ କ୍ଲାସେନ ୩୭ ରନ କରିଥିବାବେଳେ ନୀତୀଶ କୁମାର ରେଡ୍ଡି ୧୯ ରନ ଏବଂ ଅନିକେତ ବର୍ମା ୧୮ ରନ କରିଥିଲେ । ଇଶାନ କିଷନ ପୁଣି ଥରେ ବିଫଳ ହୋଇଥିଲେ । ସେ ମାତ୍ର ୨ ରନ କରି ଓ୍ବିଲ ଜାକ୍ସଙ୍କ ବଲରେ ଆଉଟ ହୋଇଥିଲେ ।
ମୁମ୍ବାଇ ପକ୍ଷରୁ ଓ୍ବିଲ ଜାକ୍ସ ୨ଟି ଓ୍ବିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲଟ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।