ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ଦିନ କହିଛି ଯେ ଗତ ନଭେମ୍ବର ମାସରେ ଦେଶରେ ୬୪୫ଟି ପ୍ରବଳ ବର୍ଷା ଏବଂ ୧୬୮ଟି ଅତି ପ୍ରବଳ ବର୍ଷା ଘଟଣା ଘଟିଛି। ଯାହାକି ପାଞ୍ଚ ବର୍ଷ ମଧ୍ୟରେ ନଭେମ୍ବର ମାସରେ ସର୍ବାଧିକ।

Advertisment

ଏଥି ମଧ୍ୟରେ ନଭେମ୍ବର ମାସରେ ୧୧ଟି ଅତ୍ୟଧିକ ପ୍ରବଳ ବର୍ଷା (୨୦୪.୫ ମିଲିମିଟରରୁ ଅଧିକ) ବର୍ଷା ଘଟଣା ରେକର୍ଡ କରାଯାଇଛି, ଯାହା ଗତ ବର୍ଷ ରିପୋର୍ଟ ହୋଇଥିବା ସଂଖ୍ୟା ସହିତ ସମାନ।

ଆଇଏମଡିର ତଥ୍ୟ ଅନୁଯାୟୀ ନଭେମ୍ବରରେ ଦେଶରେ ୬୪୫ଟି ପ୍ରବଳ ବର୍ଷା (୬୪.୫ ମିଲିମିଟରରୁ ୧୧୫.୫ ମିଲିମିଟର) ଏବଂ ୧୬୮ଟି ଅତି ପ୍ରବଳ ବର୍ଷା (୧୧୫.୬ ମିଲିମିଟରରୁ ୨୦୪.୫ ମିଲିମିଟର) ଘଟଣା ଘଟିଛି, ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ।

ଦକ୍ଷିଣ ଭାରତରେ ଅଧିକାଂଶ ଅତ୍ୟଧିକ ପ୍ରବଳରୁ ଅତି ପ୍ରବଳ ବର୍ଷା ଘଟଣାର ରିପୋର୍ଟ କରିଛି। ଯେଉଁଥିରେ ଆନ୍ଧ୍ରପ୍ରଦେଶରେ ୪୪, ତାମିଲନାଡୁରେ ୧୬, କର୍ଣ୍ଣାଟକରେ ୧୫ ଏବଂ କେରଳରେ ତିନି ଜଣ ପ୍ରାଣ ହରାଇଛନ୍ତି।

ଭାରତୀୟ ପାଣିପାଗ କାର୍ଯ୍ୟାଳୟ ଏହା ମଧ୍ୟ କହିଛି ଯେ ନଭେମ୍ବରରେ ଦେଶରେ ୩୦.୫ ମିଲିମିଟର ସ୍ୱାଭାବିକ ତୁଳନାରେ ୫୬.୫ ମିଲିମିଟର ବର୍ଷା ହୋଇଛି; ଯାହା ୮୫.୪ ପ୍ରତିଶତରୁ ଅଧିକ।  ଉପଦ୍ୱୀପ ଭାରତ ହାରାହାରି ୮୯.୫ ମିଲିମିଟର ତୁଳନାରେ ୧୬୦ ପ୍ରତିଶତ ଅଧିକ ବର୍ଷା- ୨୩୨.୭ ମିଲିମିଟର ରେକର୍ଡ କରିଛି।