ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଛି। ଗତ ୨୪ ଘଣ୍ଟାରେ ୪୬୧ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି। ପ୍ରାୟ ୧୪ ଶିଶୁ ଦିଲ୍ଲୀରେ କରୋନା ସଂକ୍ରମିତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ଅଧିକାଂଶ ଶିଶୁଙ୍କର ଜଟିଳ ସ୍ବାସ୍ଥ୍ୟ ସମସ୍ୟା ରହିଛି। ସେମାନଙ୍କ ମଧ୍ୟରୁ ୧୨ ଜଣ ଦିଲ୍ଲୀର କଳାବତୀ ସରନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଦିଲ୍ଳୀରେ ମୋଟ୍ ୫୩ ରୋଗୀ ଏବେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ପଜିଟିଭ୍ ହାର ୫ ପ୍ରତିଶତ ଉପରେ ରହିଛି। ଗତ କିଛି ଦିନ ଧରି ଦିଲ୍ଲୀରେ ପଜିଟିଭ୍ ହାର ବଢ଼ୁଥିବାରୁ ପୁଣି ଥରେ ମାସ୍କ ବାଧ୍ୟତାମୂଳକ କରିବାକୁ ଚିନ୍ତା କରାଯାଉଛି। ଅନ୍ୟପକ୍ଷେ ଉତ୍ତରପ୍ରଦେଶର ଗାଜିଆବାଦ ଏବଂ ଗୌତମ ବୁଦ୍ଧ ନଗରରେ ସଂକ୍ରମଣ ବଢ଼ିବାରୁ ଉତ୍ତରପ୍ରଦେଶ ସରକାର ସବୁ ଏନ୍ସିଆର୍ ଜିଲ୍ଲାକୁ ସତର୍କ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ରାଜ୍ୟରେ କରୋନା ସ୍ଥିତି ନେଇ ଏକ ବୈଠକ କରିଥିଲେ। ଗତ କିଛି ଦିନ ଧରି ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଏହାପରେ ଯୋଗୀ ଏନ୍ସିଆର୍ ଜିଲ୍ଲା ଗୁଡ଼ିକ ସତର୍କତା ଅବଲମ୍ବନ ପାଇଁ କହିଛନ୍ତି। ସେହିପରି କରୋନା ରୋଗୀଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଇବାକୁ ଯୋଗୀ କହିଛନ୍ତି।
କରୋନା ପାଇଁ ଦିଲ୍ଲୀରେ ୧୪ ଶିଶୁ ହସ୍ପିଟାଲ୍ରେ ଭର୍ତ୍ତି: ନଏଡ଼ା, ଗାଜିଆବାଦରେ ସଂକ୍ରମଣ ବଢ଼ୁଛି
ଦିଲ୍ଲୀରେ ଦିନକରେ ୪୬୧ ସଂକ୍ରମିତ ଚିହ୍ନଟ
/sambad/media/post_attachments/wp-content/uploads/2022/04/654fh4sf89h7sfh4fs654hf65.jpg)