ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁଁ ଦେଶର ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସାମ, ମଣିପୁର, ଅରୁଣାଚଳ ପ୍ରଦେଶ, ମେଘାଳୟ ଏବଂ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେଉଛି। ବର୍ଷା ଓ ଭୂସ୍ଖଳନ କାରଣରୁ ଏପର୍ଯ୍ୟନ୍ତ ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶରେ ୧୭ ମୃତ୍ୟୁବରଣ କରିଛନ୍ତି ।
ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ଏହି ଅଞ୍ଚଳଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ବ୍ୟତୀତ, ଦକ୍ଷିଣ ଭାରତର ଅନେକ ସ୍ଥାନରେ ବର୍ଷା ତାଣ୍ଡବ ରଚିଛି। କେରଳ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିଛି। ଏହି ରାଜ୍ୟଗୁଡ଼ିକରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ଯୋଗୁଁ ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇଯାଇଛି। ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ଆସାମରେ ୫ ଜଣ ଏବଂ ଅରୁଣାଚଳ ପ୍ରଦେଶରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମେଘାଳୟରେ ୩ ଜଣ ମୃତ୍ୟୁବରଣ କରିଛନ୍ତି ।
ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର-ପୂର୍ବର ଅନେକ ରାଜ୍ୟରେ ରେଡ୍ ଆଲର୍ଟ ଜାରି କରାଯାଇଛି ଯେଉଁଠାରେ ଜୁନ୍ ୧ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିପାରେ। ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଭାରତରେ ବଜ୍ରପାତ, ଝଡ଼ ଏବଂ ପ୍ରବଳ ବର୍ଷା ମଧ୍ୟ ସମ୍ଭାବନା ରହିଛି। ନଦୀ ଏବଂ ନାଳ ନିକଟରେ ରହୁଥିବା ଲୋକମାନଙ୍କୁ ପ୍ରବଳ ବର୍ଷା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/31/h4vGiWby4yCU5tCxJMrF.jpg)