‘ଅମ୍ଫାନ୍’ର ମୁକାବିଲା ପାଇଁ ଓଡିଶା ଓ ପଶ୍ଚିମବଙ୍ଗରେ ମୁତୟନ ହେଲା ୧୭ଟି ଏନଡିଆରଏଫ ଟିମ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ସମୁଦ୍ରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ୍’ କ୍ରମଶଃ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି ଏବଂ ଏବେ ପାରାଦ୍ବୀପ ଠାରୁ ୯୯୦ କିଲୋମିଟର୍ ଦୂରରେ ରହିଛି। ବାତ୍ୟା ‘ଅମ୍ଫାନ୍’କୁ ଦୃଷ୍ଟିରେ ରଖି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ)ର ୧୭ଟି ଟିମକୁ ଓଡିଶା ଏବଂ ପଶ୍ଚିମବଙ୍ଗରେ ମୁତୟନ କରାଯାଇଛି ବୋଲି ଫୋର୍ସର ମୁଖ୍ୟ କହିଛନ୍ତି। ଏନଡିଆରଏଫ ମହାନିର୍ଦ୍ଦେଶକ ଏସ.ଏନ. ପ୍ରଧାନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, କେନ୍ଦ୍ର ମୁଖ୍ୟାଳୟ  ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଆମେ ରାଜ୍ୟ ସରକାର, ଭାରତୀୟ ପାଣିପାଗ ବିଭାଗ ଏବଂ ସମସ୍ତ ଷ୍ଟେକହୋଲଡ଼ର ଏଜେନ୍ସି ସହ ଯୋଗାଯୋଗ କରୁଛୁ।

ରବିବାର ପୂର୍ବାହ୍ନରେ ଏକ ଆଇଏମଡି ରିପୋର୍ଟ ଅନୁଯାୟୀ, ବାତ୍ୟା ‘ଅମ୍ଫାନ୍’ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି କରୁଛି ଏବଂ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଏକ ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ପ୍ରାୟ ଉତ୍ତର ଦିଗକୁ ଗତିଶୀଳ ହେବ। ଏହାପରେ ଏହା ମୋଡ଼ ବଦଳାଇ ଉତ୍ତରପଶ୍ଚିମ ବଙ୍ଗୋପସାଗରର ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ଅତି ଉଗ୍ର ସାମୁଦ୍ରିକ ବାତ୍ୟା ପାଲଟିବା ପରେ ୨୦ ତାରିଖ ଅପରାହ୍ଣ କିଂବା ସନ୍ଧ୍ୟା ବେଳକୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳସ୍ଥିତ ସାଗର ଦ୍ବୀପପୁଞ୍ଜ (ପଶ୍ଚିମବଙ୍ଗ) ଏବଂ ହଟିୟା ଦ୍ବୀପପୁଞ୍ଜ (ବାଂଲାଦେଶ) ମଧ୍ୟ ଦେଇ ସ୍ଥଳଭାଗକୁ ପ୍ରବାହିତ ହେବ।

Cyclone Amphan Latest Update: Depression to turn into cyclonic ...
The Indian Express

ରିପୋର୍ଟ ପାଇବା ପରେ ଏନଡିଆରଏଫ ମହାନିର୍ଦ୍ଦେଶକ ଏସ.ଏନ. ପ୍ରଧାନ କହିଛନ୍ତି ଯେ, ଏ ନେଇ ଆମକୁ ସତର୍କ ରହିବାକୁ ପଡିବ। ଏନଡିଆରଏଫ ସ୍ଥିତିକୁ ଦେଖି ଦଳଗୁଡିକୁ ଆଗୁଆ ନିୟୋଜିତ କରିଛି। କିଛି ସ୍ଥାନରେ ସେମାନେ ମୁତୟନ ହୋଇସାରିରଥିବା ବେଳେ କିଛି ଟିମ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି | ପଶ୍ଚିମବଙ୍ଗରେ ସାତୋଟି ଟିମ୍ ନିୟୋଜିତ ହୋଇଛନ୍ତି। ଏହି ଦଳଗୁଡିକ ୬ଟି ଜିଲ୍ଲା- ଦକ୍ଷିଣ ୨୪ପରଗାନା, ଉତ୍ତର ୨୪ପରଗାନା, ପୂର୍ବ ମେଦିନାପୁର, ପଶ୍ଚିମ ମେଦିନାପୁର, ହାୱଡା ଏବଂ ହୁଗୁଳିରେ ମୁତୟନ ହୋଇଛନ୍ତି | ସେହିଭଳି ଓଡ଼ିଶାରେ ସାତଟି ଜିଲ୍ଲା – ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜରେ ୧୦ଟି ଟିମ୍ ନିୟୋଜିତ ହୋଇଛନ୍ତି।

ସୂଚନା ମୁତାବକ, ଏନଡିଆରଏଫର ଗୋଟିଏ ଟିମ୍ ପ୍ରାୟ ୪୫ଜଣ କର୍ମଚାରୀଙ୍କୁ ନେଇ ଗଠିତ | ଏହି ଦଳଗୁଡିକ ପୂର୍ବରୁ ନିୟୋଜିତ ହୋଇସାରିଥିବା ବେଳେ ଏବେ ସେମାନେ ସଚେତନତା ଅଭିଯାନ କରିବା ସହ ପ୍ରସ୍ତୁତି ପ୍ରଣାଳୀ କାର୍ଯ୍ୟ ଆରମ୍ଭ କରିଛନ୍ତି |

ସମ୍ବନ୍ଧିତ ଖବର