ଚୁପଚାପ ଆସିଲେ ୧୭ କିଲୋ ସୁନା ସହ ୫ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ଲୁଟେରା

ଆଗ୍ରା: ଶନିବାର ଦିନ ଆଗ୍ରାସ୍ଥିତ ମନପୁରମ ଗୋଲ୍ଡ ଲୋନ କମ୍ପାନୀରେ ଏକ ବଡ ଧରଣର ଡକାୟତି ହୋଇଛି | ଲୁଟେରାମାନେ ୧୭ କିଲୋଗ୍ରାମ ସୁନା ଏବଂ ନଗଦ ୫ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯିବା ଘଟଣା ସାରା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ସହରର କମଳା ନଗରରେ ଅବସ୍ଥିତ ଏହି କମ୍ପାନୀର ଶାଖାରେ ଲୁଟେରାମାନେ ଅପରାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ସଶସ୍ତ୍ର ଡକାୟତମାନେ କର୍ମଚାରୀମାନଙ୍କୁ ବନ୍ଧକ କରି ସୁନା ଓ ଟଙ୍କା ଲୁଟିନେଇଥିଲେ | ଅବଶ୍ୟ ସମଗ୍ର ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା, ଯାହା ଆଧାରରେ ଏତମାଡପୁର ଅଞ୍ଚଳରେ ପୁଲିସର ଏନକାଉଣ୍ଟରରେ ଦୁଇ ଅଭିଯୁକ୍ତ ଧରାପଡ଼ିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ପ୍ରାୟ ୧ଟା ସମୟରେ କମଳା ନଗରରେ ଥିବା ମନପୁରମ ଗୋଲ୍ଡ ଲୋନ କମ୍ପାନୀର କାର୍ଯ୍ୟାଳୟରେ ସଶସ୍ତ୍ର ଡକାୟତମାନେ ପ୍ରବେଶ କରିଥିଲେ। ସେମାନେ ଭିତରକୁ ଆସି ଉପସ୍ଥିତ ଥିବା କର୍ମଚାରୀମାନଙ୍କୁ ବନ୍ଧକ ରଖିଥିଲେ। ଯେତେବେଳେ କିଛି କର୍ମଚାରୀ ଶବ୍ଦ କରିବାକୁ ଚେଷ୍ଟା କଲେ, ଡକାୟତମାନେ ସେମାନଙ୍କୁ ଗୁଳି ମାରିବାକୁ ଧମକ ଦେଇଥିଲେ |

ଏହା ପରେ ସେମାନେ ସେଠାରେ ଥିବା ସମସ୍ତ ସୁନା ଅଳଙ୍କାର ଲୁଟି ନେଇଥିଲେ। ଡକାୟତମାନେ ପ୍ରାୟ ୨୦ ମିନିଟ୍ ମଧ୍ୟରେ ଏଭଳି କାରନାମା କରି କମ୍ପାନୀର କର୍ମଚାରୀଙ୍କୁ ଅଫିସ ବାହାରୁ ତାଲା ପକାଇ ସହଜରେ ପଳାଇ ଯାଇଥିଲେ। ଡକାୟତମାନେ ଚାଲିଯିବା ପରେ କର୍ମଚାରୀମାନେ ଆଖପାଖ ଲୋକଙ୍କ ସାହାଯ୍ୟରେ ବାହାରୁ ତାଲା ଖୋଲିଥିଲେ । ଏହା ପରେ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ । ଏହା ପରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଦୁଇ ଜଣ ଲୁଟେରାଂକୁ ଧରିଥିବାବେଳେ ଅନ୍ୟମାନଙ୍କୁ ଧରିବାକୁ ଚେଷ୍ଟା କରୁଛି |

ସମ୍ବନ୍ଧିତ ଖବର