ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେଲେ ୧୭ ଲୋକସଭା ସାଂସଦ

ନୂଆଦିଲ୍ଲୀ: ସୋମବାର ଦିନ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୧୭ ଜଣ ଲୋକସଭା ସଦସ୍ୟ କରୋନାଭାଇରସ୍ ପଜିଟିଭ୍ ବାହାରିଥିବା ପରୀକ୍ଷାରୁ ଜଣାପଡ଼ିଛି।

ଭୂତାଣୁବାହିତ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ୧୭ଜଣ ସାଂସଦଙ୍କ ମଧ୍ୟରେ ଅଛନ୍ତି ମୀନାକ୍ଷି ଲେଖି, ଅନନ୍ତ କୁମାର ହେଗ୍‌ଡ଼େ ଏବଂ ପର୍‌ୱେଶ୍ ସାହିବ ସିଂହ।

ଏଥର ବିଳମ୍ବରେ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରାୟ ୨୦୦ ସଦସ୍ୟ ଲୋକସଭା ସଦନରେ ଉପସ୍ଥିତ ଥିଲା ବେଳେ ମୁଖ୍ୟଗୃହ ଉପରେ ଅବସ୍ଥିତ ଦର୍ଶକ ଗ୍ୟାଲେରିରେ ୩୦ରୁ ଅଳ୍ପ କିଛି ଅଧିକ ସାଂସଦ ଆସନ ଗ୍ରହଣ କରିଥିଲେ। ସୁନିଶ୍ଚିତ ଦୂରତା ବଜାୟ ରଖିବାକୁ ସଦସ୍ୟମାନଙ୍କ ବେଞ୍ଚ୍‌ ସାମ୍ନାରେ ପ୍ଲାଷ୍ଟିକ୍ ସିଲ୍‌ଡ୍‌ ଲଗାଯାଇଥିଲା।

ଲୋକସଭା ସଦନରେ ଚାଲିଥିବା କାଯ୍ୟକ୍ରମକୁ ଏକ ବିରାଟ ଟିଭି ସ୍କ୍ରିନ୍‌ରେ ପ୍ରଦର୍ଶିତ କରାଯାଉଛି। ସାମାଜିକ ଦୂରତା ନିୟମ ପ୍ରତି ଦୃଷ୍ଟି ଦିଆଯାଇ ଲୋକସଭା ସାଂସଦଙ୍କ ନିମନ୍ତେ ବ୍ୟବସ୍ଥ‌ା କରାଯାଇଥିବା ବେଳେ ରାଜ୍ୟସଭା ଗୃହରେ ଅଳ୍ପସଂଖ୍ୟକ ସଦସ୍ୟ ଆସନ ଗ୍ରହଣ କରିଥିଲେ।

ସାଧାରଣତଃ ୬ଜଣ ସଦସ୍ୟ ବସିବା ନିମନ୍ତେ ଉଦ୍ଦିଷ୍ଟ ବେଞ୍ଚ୍‌ରେ ଏଥର ତିନି ଜଣ ସଦସ୍ୟଙ୍କ ଲାଗି ଆସନ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର