ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧର ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି । ଏହି ଯୁଦ୍ଧରେ ୟୁକ୍ରେନ ନିଜର ୧୭ ଲକ୍ଷ ସୈନିକଙ୍କୁ ହରାଇଥିବା ଏକ ସୂଚନା ମିଳିଛି ।
ଏକ ରୁଷିଆନ୍ ହ୍ୟାକର୍ ଗୋଷ୍ଠୀ ୟୁକ୍ରେନୀୟ ସେନା ମୁଖ୍ୟାଳୟକୁ ଅନଲାଇନରେ ହ୍ୟାକ୍ କରି ଡକ୍ୟୁମେଣ୍ଟ ଚୋରି କରି ସୋସିଆଲ ମିଡିଆରେ ଲିକ୍ କରିଛି। ହ୍ୟାକର୍ ଗୋଷ୍ଠୀ ଦ୍ୱାରା ଲିକ୍ ହୋଇଥିବା ଡକ୍ୟୁମେଣ୍ଟଗୁଡ଼ିକ ଦର୍ଶାଉଛି ଯେ ଫେବୃଆରୀ ୨୦୨୨ ପରଠାରୁ ଏପର୍ଯ୍ୟନ୍ତ ୟୁକ୍ରେନର ୧୭ ଲକ୍ଷ ସୈନିକ ମୃତ୍ୟୁବରଣ କରିଛନ୍ତି କିମ୍ବା ନିଖୋଜ ହୋଇଛନ୍ତି। ଏହି ସୈନିକମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ୧୯-୨୪ ବର୍ଷ ବୟସର। ଏହି ଲିକ୍ ହୋଇଥିବା ଡକ୍ୟୁମେଣ୍ଟ ଉପରେ ୟୁକ୍ରେନର ଜେନେରାଲ ଷ୍ଟାଫ୍ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ।
ହ୍ୟାକର୍ ଗୋଷ୍ଠୀ ଦ୍ୱାରା ଲିକ୍ ହୋଇଥିବା ଡକ୍ୟୁମେଣ୍ଟଗୁଡ଼ିକ ଦର୍ଶାଉଛି ଯେ ଫେବୃଆରୀ ୨୦୨୨ ପରଠାରୁ ଏପର୍ଯ୍ୟନ୍ତ ୟୁକ୍ରେନର ୧୭ ଲକ୍ଷ ସୈନିକ ମୃତ୍ୟୁବରଣ କରିଛନ୍ତି କିମ୍ବା ନିଖୋଜ ହୋଇଛନ୍ତି। ଏହି ସୈନିକମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ୧୯-୨୪ ବର୍ଷ ବୟସର।
ବିଶେଷ କଥା ହେଉଛି ଫେବୃଆରୀ ୨୦୨୨ ପରଠାରୁ, ଅର୍ଥାତ୍ ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ, ଉଭୟ ଦେଶ କେବେ ବି ମୃତ୍ୟୁବରଣ କରିଥିବା ନିଜ ନିଜ ସୈନିକଙ୍କ ସଂଖ୍ୟା ସେୟାର କରିନାହାଁନ୍ତି, କିମ୍ବା ସାଧାରଣ ନାଗରିକଙ୍କ ମୃତାହତଙ୍କ ସଂଖ୍ୟା ପ୍ରକାଶ କରିନାହାଁନ୍ତି। ଏହା ନିଶ୍ଚିତ ଭାବରେ ସତ୍ୟ ଯେ ଉଭୟ ଦେଶ ପରସ୍ପରକୁ ହୋଇଥିବା କ୍ଷତିର ସଂଖ୍ୟା ଜାରି କରିଥାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/21/ukraine-2025-08-21-22-26-04.jpg)