ରାଇପୁର: ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଯବାନଙ୍କ ଗୁଳିରେ ଟପ୍ ମାଓ ନେତା ଜଗଦୀଶ ସମେତ ୧୭ ମାଓବାଦୀ ଟଳିପଡ଼ିଛନ୍ତି । ଡିଆରଜି ଓ ସିଆରପିଏଫ୍ ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି ।
ସୁକୁମା ଜିଲ୍ଲା କେରଲାପାଲ ଥାନା ଗୋଗଣ୍ଡା ପାହାଡ଼ରେ ଚାଲିଥିଲା ମାଓବାଦୀଙ୍କ ଶିବିର । ଟପ୍ ମାଓ ନେତା ଜଗଦୀଶ ନେତୃତ୍ବରେ ଏକ ୪୦ ଜଣିଆ ଟିମ୍ ଉପମପଲ୍ଲୀ ଗାଁ ରାସ୍ତା ଦେଇ ଯାଆସ କରୁଥିବାର ଖବର ମିଳିଥିଲା । ବିଶ୍ବସ୍ତ ସୂତ୍ରରୁ ଏହି ସୂଚନା ମିଳିବା ପରେ ଅପରେସନ୍ ଆରମ୍ଭ କରିଥିଲେ ଡିଆରଜି ଓ ସିଆରପିଏଫ ଯବାନ । ୪ ଦିନ ଧରି ଯବାନମାନେ ଘଞ୍ଚ ଜଙ୍ଗଲରେ ଜଗଦୀଶ ଓ ତାଙ୍କ ଟିମକୁ ଅପେକ୍ଷା କରିଥିଲେ । ଆଜି ଭୋର ସମୟରେ ଉପମପଲ୍ଲୀ ଗାଁ ଜଙ୍ଗଲ ନିକଟରେ ଯବାନଙ୍କ ସହ ଲାଲବାହିନୀ ମୁହାଁମୁହିଁ ହୋଇଥିଲେ । ଗୁଳିବିନିମୟରେ ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଜଗଦୀଶ ଓରଫ ବୁଦ୍ରା ସମେତ ୧୭ ମାଓବାଦୀ ଟଳିପଡିଛନ୍ତି । ଯାହା ଭିତରେ ଅଛନ୍ତି ୧୧ ମହିଳା ମାଓବାଦୀ ।
ଛତିଶଗଡ଼ରେ ଗତ ୩ ମାସରେ ୧୧୭ ମାଓବାଦୀ ସଫା
୧୫ ମାସରେ ୩୩୪ ମାଓବାଦୀ ନିପାତ
କେରଲାପାଲରେ ଯବାନ-ମାଓବାଦୀ ଗୁଳିବିନିମୟରେ ୧୭ ଲାଲବାହିନୀ ନିହତ । ପୋଲିସ ଏକେ-୪୭, ଇନସାସ୍, ରକେଟ୍ ଲଞ୍ଚର, ବିଜିଏଲ ଏବଂ ବହୁ ଗୁଳି ଜବତ କରିଛି । ଏହାପରେ କେରଲାପାଲ ଥାନାରେ ଆରମ୍ଭ ହୋଇଥିଲା ସେଲିବ୍ରେସନ। ଅପରେସନରେ ସାମିଲ ଯବାନ ମାନଙ୍କୁ ମିଠା ଖୁଆଇ, ପିଠି ଥାପୁଡ଼ାଇଥିଲେ ବରିଷ୍ଠ ଅଧିକାରୀମାନେ ।
୨୦୨୬ ମାର୍ଚ୍ଚ ସୁଦ୍ଧା ପୂରା ଭାରତବର୍ଷକୁ ମାଓମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଆଉ ଏହି ଦିଗରେ ଗୋଟିଏ ପରେ ଗୋଟିଏ ସଫଳତା କରିଚାଲିଛନ୍ତି ଛତିଶଗଡ଼ର ଯବାନ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/29/i9VeXaP8lpdnGqBnyjt4.jpg)