୨୦ ଦିନରେ ଏହି ବିଶ୍ୱବିଦ୍ୟାଳୟର ୧୭ ଜଣ ପ୍ରଫେସରଙ୍କର ଜୀବନ ନେଲାଣି କରୋନା, ସିବିଆଇ ତଦନ୍ତ ଦାବି କଲେ ପୂର୍ବତନ ଛାତ୍ର ନେତା

ଆଲିଗଡ: କରୋନାର ଦ୍ଵିତୀୟ ଲହରୀରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ଉପରେ ବିପଦ ମାଡିଆସିଛି | କାରଣ ମାତ୍ର ୨୦ ଦିନ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟର ୧୭ ଜଣ ପ୍ରଫେସରଙ୍କର ଜୀବନ ଚାଲିଗଲାଣି | ଆଉ ଏହାକୁ ନେଇ ଛାତ୍ର ନେତାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି |

କାରଣ ମୃତ୍ୟବରଣ କରିଥିବା ୧୭ ଜଣ ପ୍ରଫେସରଙ୍କ ମଧ୍ୟରୁ ଅଧିକାଂଶ ପ୍ରଫେସରଙ୍କର କରୋନା ରିପୋର୍ଟ ନେଗେଟିଭ ଥିଲା | ଆଉ ଏଏମୟୁ(ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ)ରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଶିକ୍ଷକଙ୍କ ପ୍ରଫେସରଙ୍କର ମୃତ୍ୟୁ ଘଟିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଅଣ-ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ସାମିଲ କରାଯାଏ ତେବେ କରୋନା ଯୋଗୁଁ ୪୫ରୁ ଉର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଥିବାର ସ୍ଥାନୀୟ ପ୍ରଶାସନ କହିଛି | ଆଉ ଏହି ଘଟଣାକୁ ନେଇ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ଫୈଜୁଲ ହାସନ ପ୍ରଫେସର ତଥା ଅଣ-ଶିକ୍ଷକଙ୍କ ମୃତ୍ୟୁ ଘଟଣାରେ ସିବିଆଇ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଯାଞ୍ଚ ପାଇଁ ଦାବି କରିଛନ୍ତି।

ଫୈଜୁଲ ହାସନ କହିଛନ୍ତି ଯେ ଗତ ୨୦-୨୫ ଦିନ ମଧ୍ୟରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ୨୦ରୁ ଅଧିକ ପ୍ରଫେସରଙ୍କ ମୃତ୍ୟୁ ଘଟିଛି ଏବଂ ମୃତ୍ୟୁର ତାଣ୍ଡବ ଜାରି ରହିଛି। ଏହି ବିଶ୍ୱବିଦ୍ୟାଳୟରେ ଜେଏନ୍ ମେଡିକାଲ୍ କଲେଜ ଥିବାବେଳେ ପ୍ରଫେସରଙ୍କର ମୃତ୍ୟୁ ଘଟଣା ନିଶ୍ଚିତ ଭାବେ ଡାକ୍ତରୀ ଅବହେଳାର ଫଳାଫଳ | ତେଣୁ ସିବିଆଇ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଅନୁସନ୍ଧାନ କରାଯିବା ଉଚିତ। ଯିଏ ଏଥିରେ ଜଡିତ ଅଛି ତାଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ୍।

ସମ୍ବନ୍ଧିତ ଖବର