ରାଜସ୍ଥାନରେ ମଧ୍ୟାହ୍ନ ଭୋଜନ ଖାଇ ୫୦ଛାତ୍ର ଅସୁସ୍ଥ, ଗମ୍ଭୀର ଥିବା ୧୭ଜଣ ଡାକ୍ତରଖାନାରେ ଭର୍ତ୍ତି

ଅଜମେର: ରାଜସ୍ଥାନର ଅଜମେରରେ ଥିବା ଏକ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୭ଜଣ ଛାତ୍ର ଗମ୍ଭୀର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ହେବା ସହ ଅସୁସ୍ଥ ୧୭ଜଣଙ୍କୁ ଚିକିତ୍ସା ପାଇଁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ୧୭ଜଣଙ୍କ ଅବସ୍ଥା ସ୍ଥିର ଥିବା ସହ ସ୍କୁଲକୁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ପଠାଯାଇ ଖାଇବାର ନମୁନା ମାଗାଯାଇଥିବା ନେଇ କହିଛନ୍ତି ଡାକ୍ତରଖାନା ପ୍ରଶାସନ।

ମିଳିଥିବା ସୂଚନା ମୁତାବକ, ଘଟଣାଟି ଘଟିଥିଲା ଶନିବାର। ଅର୍ଜୁନପୂରା ଖାଲସା ଗ୍ରାମରେ ଥିବା ସରକାରୀ ସ୍କୁଲର ଛାତ୍ର-ଛାତ୍ରୀମାନଙ୍କୁ ସକାଳେ କ୍ଷୀର ପିଇବାକୁ ଦିଆଯିବା ସହ ମଧ୍ୟାହ୍ନ ସମୟରେ ଖାଇବାକୁ ଦିଆଯାଇଥିଲା। ଯାହା ପରେ ପରେ ହଠାତ୍ ୫୦ଜଣ ଛାତ୍ର ଅସୁସ୍ଥ ହୋଇଯାଇଥିଲେ। ବାନ୍ତି ହେବାରୁ ସେମାନଙ୍କୁ ରାଜକୀୟ ସାମୁଦାୟିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୫୦ଜଣ ଛାତ୍ର ଅସୁସ୍ଥ ହୋଇଥିବା ବେଳେ ୧୭ଜଣଙ୍କ ଅବସ୍ଥା ଗମ୍ଭୀର ଥିବା କୁହାଯାଉଛି। ୧୭ଜଣଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ସେମାନଙ୍କୁ ଜେଏଲଏନ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର