ନୂଆଦିଲ୍ଲୀ: ପାଠ ଚାପ ପିଲାମାନଙ୍କ ମଧ୍ୟରେ ଏବେ ଏତେ ଅଧିକ ବଢ଼ିଯାଉଛି ଯେ କିଛି ଦିନ ଅନ୍ତରରେ ପାଠ ପାଇଁ କେହି ନା କେହି ଆତ୍ମହତ୍ୟା କରୁଥିବାର ଖବର ସାମ୍ନାକୁ ଆସୁଛି। ପାଠକୁ ନେଇ ଚାଲୁଥିବା ପ୍ରତିଯୋଗିତା ପିଲାଙ୍କ ମନରେ ଏତେ ଅଧିକ ଭାରୀ ହୋଇଯାଉଛି ଯେ ମେସାନେ ସେଥିରେ ଟିକେ ପଛୁଆ ରହିଗଲେ ନିଜ ଜୀବନକୁ ତୁଚ୍ଛ ଭାବି ପକାଉଛନ୍ତି।
ନିକଟରେ ଟପ୍ ଇଞ୍ଜିନିୟରିଂ କଲେଜରେ ପ୍ରବେଶ ପାଇଁ ଦେଇଥିବା ଜାତୀୟ ପ୍ରବେଶିକା ପରୀକ୍ଷା (ଜେଇଇ)ରେ ସଫଳ ହୋଇନପାରିବାରୁ ଦିଲ୍ଲୀର ଜଣେ ୧୭ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରି ନିଜ ଜୀବନ ନେଇଥିବା ପୁଲିସ୍ ସୂଚନା ଦେଇଛି।
ମୃତ୍ୟୁ ବେଳକୁ ସେ ଏକ ନୋଟ୍ ଛାଡି ଯାଇଛନ୍ତି। ଯେଉଁଥିରେ ସ୍ପଷ୍ଟ ଲେଖାଯାଇଛି ଯେ ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) କୁ କ୍ଲିୟର୍ କରି ନ ଥିବାରୁ ଜୀବନ ହାରିଛନ୍ତି। ଏଥିପାଇଁ ସେ ତାଙ୍କ ପିତାମାତାଙ୍କୁ କ୍ଷମା କରିବାକୁ ମଧ୍ୟ କହିଛନ୍ତି।
ସେ ଲେଖିଛନ୍ତି, ‘‘ମୋତେ କ୍ଷମା କର, ମୁଁ ଏହା କରି ପାରିଲି ନାହିଁ।’’ ତେବେ ଯୁବତୀ ଜଣକ ଦିଲ୍ଲୀର ଜାମିଆ ନାଗରରେ ରହୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/26/hcBJ4wi31LP3sI1kDkrK.jpg)