ଚଣ୍ଡିଗଡ଼: ଆଇଫୋନ-୧୧ପାଇଁ ସାଙ୍ଗକୁ ହତ୍ୟା । ପଞ୍ଜାବର ପଟିଆଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକଙ୍କ ନାମ ନବଜୋତ ସିଂହ ବୋଲି ଜଣାପଡ଼ିଥିବା ବେଳେ ସେ କିଛି ଦିନ ତଳେ ତାଙ୍କ ୧୭ତମ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନ ପାଳନର ଦିନକ ପରେ ତାଙ୍କ ବନ୍ଧୁମାନଙ୍କ ସହିତ ବୁଲିବା ପାଇଁ ସେ ବାହାରକୁ ଯାଇଥିଲେ। କିନ୍ତୁ ନବଜୋତଙ୍କ ବଦଳରେ ତାଙ୍କ ମୃତ୍ୟୁର ଖବର ଘରକୁ ଆସିଥିଲା। ଏହି ଘଟଣାକୁ ନେଇ ଏବେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

Advertisment

ସୂଚନା ମୁତାବକ, ଜନ୍ମଦିନର ଗୋଟିଏ ଦିନ ପରେ ନବଜୋତ ମାର୍ଚ୍ଚ ୨୫ତାରିଖରେ ସାଙ୍ଗମାନଙ୍କ ସହ ହରିଦ୍ବାର ବୁଲିବାକୁ ଯାଉଛି କହି ଘରୁ ବାହାରିଥିଲେ। କିନ୍ତୁ ପରେ, ସେ ତାଙ୍କ ପିତାମାତାଙ୍କୁ ଫୋନ୍ କରି କହିଥିଲେ ଯେ ସେ ହରିଦ୍ୱାର ନଯାଇ ଘରକୁ ଫେରୁଛନ୍ତି। ହେଲେ ସେ ଆଉ ଘରକୁ ଫେରିନଥିଲେ। ସେହି ରାତିରେ, ପୁଲିସକୁ ରେଳ ଷ୍ଟେସନରୁ ଏକ ମୃତଦେହ ମିଳିଥିଲା।  ଦେଖାଯାଇଥିବାର ଫୋନ୍ ଆସିଥିଲା। ମୃତଦେହଟିଦୁଇ ଫାଳ ହୋଇଯାଇଥିବା ଦେଖାଯାଇଥିଲା। ପରିଚୟ ନମିଳିବାରୁ ପୁଲିସ ନବଜୋତଙ୍କ ପୋଷ୍ଟ ପାଖ ଗାଁରେ ଲଗାଇଥିଲେ। ମାର୍ଚ୍ଚ ୩୦ରେ ନବଜୋତଙ୍କ ବାପା ପୁଅକୁ ଖୋଜି ଖୋଜି ପୁଲିସ ଷ୍ଟେସନରେ ପହଞ୍ଚଥିଲେ। ପଚରାଉଚରା ସମୟରେ ନବଜୋତ ନିଜ ସାଙ୍ଗ ଅମନଜୋତଙ୍କ ସହ ବାହାରକୁ ଯାଇଥିବା ଜଣାପଡ଼ିଥିଲା।

ଅମନଜୋତଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିବା ପରେ ଆଇଫୋନ-୧୧ ପାଇଁ ସେ ନବଜୋତକୁ ହତ୍ୟା କରିଥିବା ସ୍ବୀକାର କରିଥିଲା।