ଜମ୍ମୁ ବସ୍‌ ଷ୍ଟାଣ୍ଡ୍‌ରେ ଗ୍ରେନେଡ୍‌ ବିସ୍ଫୋରଣ ଘଟଣା : ବିସ୍ଫୋରଣର ମୃତ୍ୟୁମୁଖରେ ପଡ଼ିଥିବା ୧୭ବର୍ଷୀୟ ବାଳକ ଦିନକ ପୂର୍ବରୁ ସିଲେଇ ଶିଖିବାକୁ ଜମ୍ମୁ ଆସିଥିଲେ

ଶ୍ରୀନଗର : ଗୁରୁବାର ଜମ୍ମୁ ବସ୍‌ ଷ୍ଟାଣ୍ଡ୍‌ରେ ଗ୍ରେନେଡ୍‌ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଣେ ପ୍ରାଣ ହରାଇବା ସହ ଅନ୍ୟ ୩୨ଜଣ ଲୋକ ଆହତ ହୋଇଥିଲେ । ତେବେ ଶୁକ୍ରବାର ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଦୁଇକୁ ଛୁଇଁଛି । ଶୁକ୍ରବାର ସକାଳେ ଅନନ୍ତନାଗ ଜିଲ୍ଲାରୁ ଆସିଥିବା ମହମ୍ମଦ ରିଆଜ୍‌ ଜମ୍ମୁର ସରକାରୀ ଡ଼ାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣା ପଡ଼ିଛି । ମହମ୍ମଦଙ୍କ ପୂର୍ବରୁ ୧୭ବର୍ଷୀୟ ମହମ୍ମଦ ଶରିକ୍‌ ବିସ୍ଫୋରଣ ଦିନ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଶରିକ୍‌ ଗୋଟେ ଦିନ ପୂର୍ବରୁ ଉତ୍ତରାଖଣ୍ଡରୁ ଜମ୍ମୁକୁ ସିଲେଇ ଶିଖିବା ପାଇଁ ଆସିଥିଲେ ବୋଲି ଜଣା ପଡ଼ିଛି । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଶରିକ୍‌ ଜମ୍ମୁରେ ଆସି ପହଞ୍ଚିଥିଲେ ।

indiatimes.com

ପରିବାର ଲୋକଙ୍କ କହିବା ଅନୁଯାୟୀ, ଶରିକ୍‌ ଜମ୍ମୁକୁ ଜଣେ ସଂପର୍କୀୟଙ୍କୁ ଦେଖା କରିବା ପାଇଁ ଯାଇଥିବା ବେଳେ ସେଠାରେ ରହି ସିଲେଇ ଶିଖିବେ ବୋଲି କହିଥିଲେ । କିନ୍ତୁ ଦିନକ ତା’ର ମୃତ୍ୟୁର ଖବର ଆମ ପାଖରେ ପହଞ୍ଚିଥିଲା । ଅନ୍ୟ ପକ୍ଷରେ, ପୁଲିସ ବିସ୍ଫୋରଣ ପାଇଁ ଦାୟୀ ବୋଲି ଦର୍ଶାଇ ଏକ ୧୬ବର୍ଷୀୟ ନାବାଳକୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତର ନାଁ ୟାର୍ସିି ଭଟ୍ଟ ବୋଲି ଚିହ୍ନଟ କରିଛି ପୁଲିସ । ଗିରଫ ହେବା ପରେ ମାତ୍ର ୫୦ହଜାର ଟଙ୍କା ପାଇଁ ୟାର୍ସି ଏଭଳି କାମ କରିଥିବା ସ୍ୱୀକାର କରିଛନ୍ତି ।

ସମ୍ବନ୍ଧିତ ଖବର