୧୩୬ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ କରିବା ପଛରେ ରହିଥିଲା ୧୭ବର୍ଷୀୟ ବାଳକର ହାତ, ଟୁଇଟର କର୍ମଚାରୀ ବୋଲି ପରିଚୟ ଦେଇ ଆଣିଥିଲା ତଥ୍ୟ

ନୂଆଦିଲ୍ଲୀ: ଜୁଲାଇ ୧୫ରେ ବିଶ୍ବର କେତେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସାମାଜିକ ନେଟ୍‌ୱାର୍କିଙ୍ଗ୍ ୱେବ୍‌ସାଇଟ୍ ଟ୍ବିଟର୍ ହ୍ୟାକ୍ ହୋଇଥିବା ନେଇ ଜଣାପଡ଼ିଥିଲା। ହ୍ୟାକ୍‌ ହୋଇଥିବା ଆକାଉଣ୍ଟ୍‌ଗୁଡ଼ିକରେ ‘କ୍ରିପ୍ଟୋକରେନ୍ସି’ ବା ‘ଡିଜିଟାଲ୍’ (ବିଟ୍‌କଏନ୍) ମୁଦ୍ରା ପଠାଇବାକୁ ଫଲୋୟର୍ସମାନଙ୍କୁ ଉତ୍ସାହିତ କରି ବାର୍ତ୍ତା ଦିଆଯାଇଥିଲା। ତେବେ ଏତେ ବଡ଼ ହ୍ୟାକିଂ ପଛରେ ଜଣେ ୧୭ବର୍ଷୀୟ ବାଳକର ହାତ ଥିବା ଜଣା ପଡ଼ିଛି। ଫ୍ଲୋରିଡାର ଟମ୍ପା ସହରରେ ରହୁଥିବା ଅଭିଯୁକ୍ତ କ୍ଲାର୍କକୁ ଗିରଫ କରିଛି ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍(ଏଫବିଆଇ)। ସଂଗଠିତ ଠକେଇ, ଯୋଗାଯୋଗ ଠକେଇ, ପରିଚୟ ଚୋରି ଏବଂ ହ୍ୟାକିଂ କରିଥିବା ଅପରାଧ ପ‌ାଇଁ କ୍ଲାର୍କକୁ ଗିରଫ କରାଯାଇଛି।

17-Year-Old Mastermind of Hacking High-Profile Twitter Accounts ...
Science Times

କ୍ଲାର୍କଙ୍କୁ ନିଜର ଫ୍ଲୋରିଡା ଆପାର୍ଟମେଣ୍ଟରୁ ଗିରଫ କରାଯାଇଥିଲା। ଏତେ ବଡ଼ ହ୍ୟାକିଂରେ ବ୍ରିଟେନର ୧୯ବର୍ଷ ବୟସ୍କା ମେସନ୍ ଜନ୍ ଶେପର୍ଡ ଏବଂ ଅର୍ଲାଣ୍ଡୋରୁ ୨୨ବର୍ଷ ବୟସ୍କା ନିମା ଫଜେଲି ତାଙ୍କୁ ସାହାଯ୍ୟ କରିଥିଲେ। ରିପୋର୍ଟ ଅନୁଯାୟୀ, ହ୍ୟାକିଂ ପୂର୍ବରୁ କ୍ଲାର୍କ କମ୍ପାନୀର ଆଇଟି ବିଭାଗରେ କାମ କରୁଥିବା କହି ଟୁଇଟର କର୍ମଚାରୀଙ୍କୁ ଆକାଉଣ୍ଟର ବିବରଣୀ ଦେବା ପାଇଁ ରାଜି କରାଇ ଦେଇଥିଲେ। ବିବରଣୀ ପାଇ ସେ ପ୍ରାୟ ୧୩୬ଟି ଆକାଉଣ୍ଟକୁ ହ୍ୟାକ୍ କରିଥିଲେ, ଯେଉଁଥିରେ  ବାରାକ୍ ଓବାମା, ଜୋ ବାଇଡେନ୍, ଜେଫ୍ ବେଜୋସ୍, ୱାରେନ୍ ବୁଫେ, ବିଲ୍ ଗେଟ୍‌ସ୍, ମାଇକ୍ ବ୍ଲୁମ୍‌ବର୍ଗ, ଏଲୋନ୍ ମସ୍କ୍‌, କେନି ୱେଷ୍ଟ୍,‌ ଉବେର୍ ଓ ଆପ୍ଲ୍‌ ଭଳି କର୍ପୋରେଟ୍ ଆକାଉଣ୍ଟ୍ ଥିଲା।

ଆକାଉଣ୍ଟ୍‌ ହ୍ୟାକ୍ ହେବା ପରେ ଏଥିରେ ଫେକ୍ ଟୁଇଟ୍ ଆସିଥିଲା- ବିଟ୍‌କଏନ୍ ଠିକଣାକୁ ପଠାଯାଉଥିବା ପ୍ରତି ୧୦୦୦ ଡଲାର୍ ପାଇଁ ୨୦୦୦ ଡଲାର୍ ଦିଆଯିବ। ଅର୍ଥାତ୍ ଯେତେ ବିଟ୍‌କଏନ୍ ଦାଖଲ କରିବେ, ତା’ର ଦୁଇଗୁଣା ପାଇବେ।

ସମ୍ବନ୍ଧିତ ଖବର