କଲେଜ୍‌କୁ ପଶିଆସିଲା ମାଙ୍କଡ଼, ଭୟରେ ଦୌଡ଼ିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଛାତ୍ର ମୃତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ପାମୁରୁଠାରେ ଥିବା ସରକାରୀ ଜୁନିୟର୍‌ କଲେଜରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶ୍ରେଣୀ କକ୍ଷ ଭିତରକୁ ଏକ ମାଙ୍କଡ଼ ପଶି ଆସିବାରୁ ଭୟଭୀତ ହୋଇ ଜଣେ ଛାତ୍ର ଦୌଡ଼ି ଯାଉଥିବାରୁ ଦୁର୍ଘଟଣା ଘଟି ଶନିବାର ତାଙ୍କର ମୃତ୍ୟୁ ଘଟିିଛି।

ସୂଚନା ମୁତାବକ, ଶ୍ରେଣୀ କକ୍ଷ ଭିତରେ ଦଳେ ଛାତ୍ର ବସିଥିବା ସମୟରେ ହଠାତ ଏକ ମାଙ୍କଡ଼ ଭିତରକୁ ପଶି ଆସିଥିଲା। ମାଙ୍କଡ଼ଟିକୁ ଅଚାନକ ପଶିଆସିବାର ଦେଖି ଛାତ୍ରମାନେ ଭୟରେ ଆଡ଼େ ସାଡ଼େ ଦଉଡ଼ିବାକୁ ଲାଗିଲେ। ସେମାନଙ୍କ ମଧ୍ୟରୁ ବନ୍ଦାରୁ ଭେଙ୍କଟେଶ୍ୱରେଲୁ(୧୭) ନାମକ ଜଣେ ଛାତ୍ର ଦୌଡୁଥିବା ସମୟରେ ଖସିପଡ଼ିଲେ ଏବଂ ଶ୍ରେଣୀ ଗୃହରେ ଥିବା ବେଞ୍ଚରେ ଲାଗିଥିବା ଏକ ଲୁହା ତାଙ୍କ ଦେହରେ ଗଳିଗଲା। ଫଳରେ ଛାତ୍ର ଜଣକ ଗୁରତର ହୋଇଥିଲେ। ଏପରି ଘଟିବା ପରେ କଲେଜର ଅଧ୍ୟପକ ଓ ଅଧ୍ୟାପିକା ଛାତ୍ରଙ୍କୁ ନେଇ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରି ଦେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର