୧୭୦ ଜୈସ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି

ବାଲାକୋଟ୍‌ ଆକ୍ରମଣ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ତରଫରୁ କରାଯାଇଥିବା ବାଲାକୋଟ୍‌ ବିମାନ ଆକ୍ରମଣରେ ୧୩୦ରୁ ୧୭୦ ଜୈସ୍‌-ଇ-ମହମ୍ମଦର ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଇଟାଲୀର ସାମ୍ବାଦିକା ଫ୍ରାନ୍ସେସ୍କା ମାରିନୋ ଦାବି କରିଛନ୍ତି। ମାରିନୋ କହିଛନ୍ତି, ପାକିସ୍ତାନ ଲୁଚାଉଥିଲେ ମଧ୍ୟ ଫେବ୍ରୁଆରି ୨୬ରେ ହୋଇଥିବା ବାଲାକୋଟ୍‌ ଆକ୍ରମଣରେ ପାଖାପାଖି ୧୭୦ ଆତଙ୍କବାଦୀ ନିହତ ହୋଇଥିବା ସେ ନିର୍ଭରଯୋଗ୍ୟ ସୂତ୍ରରୁ ତଥ୍ୟ ସଂଗ୍ରହ କରିଛନ୍ତି। ମାରିନୋ କହିଛନ୍ତି ଆକ୍ରମଣ ପରେ ଘଟଣାସ୍ଥଳକୁ ପାକିସ୍ତାନର ଶିଂକିଆରି ବେସ୍‌ କ୍ୟାମ୍ପର ଏକ ଦଳ ପହଂଚିଥିଲେ। ଆହତ ଆତଙ୍କବାଦୀଙ୍କୁ ପାକିସ୍ତାନୀ ସେନା ହର୍‌କତ୍‌-ଉଲ୍‌-ମୁଜାହିଦ୍ଦିନ୍‌ କ୍ୟାମ୍ପକୁ ନେଇ ଚିକିତ୍ସା ବ୍ୟବସ୍ଥା କରିଥିଲେ। ସେ କହିଛନ୍ତି ଯେ ୪୫ ଜଣ ଏବେ ମଧ୍ୟ ଚିକିତ୍ସିତ ହେଉଥିବା ବେଳେ ଆକ୍ରମଣ ପରେ ଆହତଙ୍କ ମଧ୍ୟରୁ ୨୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଯେଉଁ ଆତଙ୍କବଦୀମାନେ ସୁସ୍ଥ ‌େହାଇଛନ୍ତି ସେମାନଙ୍କୁ ପାକିସ୍ତାନୀ ସେନା ନିଜ ହେଫାଜତରେ ରଖିଥିବା ମାରିନୋ ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣାକୁ ଲୁଚାଇବାକୁ ଜୈସ୍‌ର ସଦସ୍ୟମାନେ ନିହତ ଆତଙ୍କବାଦୀଙ୍କ ପରିବାରକୁ ଆର୍ଥିକ ସହାୟତା ଦେଇଛନ୍ତି। ଏପରିକି ସ୍ଥାନୀୟ ପୁଲିସକୁ ମଧ୍ୟ ଘଟଣାସ୍ଥଳକୁ ଯିବାକୁ ଅନୁମତି ଦିଆଯାଉନାହିଁ ବୋଲି ମାରିନୋ କହିଛନ୍ତି।

ସମ୍ବନ୍ଧିତ ଖବର