ଓଡ଼ିଶାରେ ୧୭,୬୨୫ କଂପାନି କାର୍ଯ୍ୟରତ

ନୂଆଦିଲ୍ଲୀ: ଓଡ଼ିଶାରେ ୧୭ ହଜାର ୬୨୫ କଂପାନି କାର୍ଯ୍ୟରତ। ଏଥିରୁ କଂପାନି ଲିମିଟେଡ ବାଏ ସେୟାର୍ସର ସଂଖ୍ୟା ହେଉଛି ୧୭୫୨୪। ଏହା ସହ କଂପାନି ଲିମିଟେଡ ବାଏ ଗ୍ୟାରେଣ୍ଟିର ସଂଖ୍ୟା ୧୦୦ ଓ ଗୋଟିଏ ଅନଲିମିଟେଡ କଂପାନି ରହିଛି। ଆଜି ଲୋକସଭାରେ ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦରଜିତ ସିଂହ।

ମନ୍ତ୍ରୀଙ୍କ ଉତ୍ତରରେ ଉଲ୍ଲେଖ କରାଯାଇଛି ଯେ ଏମ୍‌ସିଏ-୨୧ ପୋର୍ଟାଲ ତଥ୍ୟ ଅନୁସାରେ ୨୦୧୧-୧୨ରୁ ମାର୍ଚ୍ଚ ୨୦, ୨୦୨୩ ସୁଦ୍ଧା ଓଡ଼ିଶାରେ ମୋଟ ୨୩ ହଜାର ୨୦୦ କଂପାନି ପଞ୍ଜୀକୃତ ହୋଇଥିଲେ। ଏଥିରେ କଂପାନି ଲିମିଟେଡ ବାଏ ସେୟାର୍ସର ସଂଖ୍ୟା ୨୩ ହଜାର ୯୪, କଂପାନି ଲିମିଟେଡ ବାଏ ଗ୍ୟାରେଣ୍ଟି ୧୦୪ ଓ ୨ଟି ଅନଲିମିଟେଡ୍‌ କଂପାନି ରହିଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଛନ୍ତି, କଂପାନିଜ୍‌ ଆକ୍ଟ, ୨୦୧୩ ଆଧାରରେ କଂପାନି ବନ୍ଦ ନିର୍ଦ୍ଧାରଣ କରିବା ପାଇଁ କୌଣସି ଅଡିଟ୍‌ କରାଯାଇନଥାଏ।

ସମ୍ବନ୍ଧିତ ଖବର