ଚେନ୍ନାଇ: ତାମିଲନାଡ଼ୁର ଜଣେ ବ୍ୟକ୍ତି ‘ଇଲେକ୍ସନ୍ କିଙ୍ଗ୍’ ତଥା ନିର୍ବାଚନର ରାଜା ଭାବେ ଜଣାଶୁଣା। ସେ ହେଉଛନ୍ତି କେ ପଦ୍ମରାଜନ। ୧୯୮୮ ମସିହାରୁ ସେ ବିଭିନ୍ନ ନିର୍ବାଚନ ଲଢ଼ିଆସୁଛନ୍ତି। ୧୯୮୮ରୁ ୨୦୧୬ ମଧ୍ୟରେ ୧୭୮ ଥର ନିର୍ବାଚନ ଲଢ଼ିଛନ୍ତି ପଦ୍ମରାଜନ , କିନ୍ତୁ ସବୁଥିରେ ସେ ପରାଜୟ ବରଣ କରିଛନ୍ତି। କିନ୍ତୁ ଏଥିରେ ତାଙ୍କର ଟିକେ ବି ଅବସୋସ୍ ନାହିଁ। ୩ ଥର ସେ ଲିମ୍କା ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ କରି ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ସବୁଥିରେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି ପଦ୍ମରାଜନ। ପଦ୍ମରାଜନ ଅଟଳ ବିହାରୀ ବାଜପେୟୀ, ଜେ ଜୟଲଳିତା, ଏମ୍ କରୁଣାନିଧୀ, ଏକେ ଆନ୍ଥୋନି, ପିଭି ନରସିଂହ ରାଓ, କେଆର ନାରାୟଣ, ଏସଏମ୍ କ୍ରୀଷ୍ଣା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଏମ୍କେ ଷ୍ଟାଲିନ୍ , ବିଜୟକାନ୍ତଙ୍କ ବିରୋଧରେ ନିର୍ବାଚନ ଲଢ଼ିଛନ୍ତି । ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କେରଳ ଏବଂ ଏପରିକି ଦିଲ୍ଲୀରେ ନିର୍ବାଚନ ଲଢ଼ିଥିବା କେ ପଦ୍ମରାଜନଙ୍କ ପ୍ରମୁଖ ଲକ୍ଷ୍ୟ ହେଉଛି ସେ ସମସ୍ତଙ୍କ ନିକଟରେ ଗୋଟିଏ ବାର୍ତ୍ତା ପହଞ୍ଚାଇବେ ଏବଂ ତାହା ହେଉଛି ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତି ନିର୍ବାଚନ ଲଢ଼ିପାରିବେ। ତେବେ ପଦ୍ମରାଜନ ଏଥର ଧର୍ମପୁରୀରୁ ଜଣେ ସ୍ବାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବାପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ମଧ୍ୟ କେରଳର ୱାୟାନାଡ଼ରୁ ନିର୍ବାଚନ ଲଢ଼ିବାପାଇଁ ସ୍ଥିର କରିଛନ୍ତି।
୧୭୮ ଥର ନିର୍ବାଚନ ହାରିଛନ୍ତି, ପୁଣିଥରେ ନିର୍ବାଚନ ଲଢ଼ିବେ
/sambad/media/post_attachments/wp-content/uploads/2019/03/election-king-padmarajan.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)