ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୭ତମ ଭାରତ-ଆସିଆନ୍ ସମ୍ମିଳନୀରେ ତାଙ୍କ ଭିଏତନାମ ପ୍ରତିପକ୍ଷ ଗୁଏନ୍ ତନ୍ ଜୁଂଗ୍ଙ୍କ ସହିତ ମିଳିତ ଭାବେ ଅଧ୍ୟକ୍ଷତା କରିଛନ୍ତି। ଏହି ଭର୍ଚୁଆଲ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଭାରତ ଏବଂ ଆସିଆନ୍ର ରଣନୀତିକ ଭାଗିଦାରିତା ଆମର ଐତିହାସିକ, ଭୌଗଳିକ ଏବଂ ସାଂସ୍କୃତିକ ଭିତ୍ତି ଉପରେ ଆଧାରିତ। ସମସ୍ତ ଦେଶ ମଧ୍ୟରେ ସବୁ ପ୍ରକାର ପାରସ୍ପରିକ ସଂପର୍କ ବୃଦ୍ଧି ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସାମାଜିକ, ଡିଜିଟାଲ ଏବଂ ଆର୍ଥିକ କ୍ଷେତ୍ରରେ ସମସ୍ତ ଦେଶ ମିଳିମିଶି କାର୍ଯ୍ୟ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଭାରତର ପଦକ୍ଷେପ ଏବଂ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଆସିଆନ୍ର ଦୃଷ୍ଟିକୋଣରେ ସମସ୍ତ ସମାନତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆସିଆନ୍ (ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ସଂଗଠନ) ଦକ୍ଷିଣ ପୂର୍ବ ଏସିଆର ଦେଶମାନଙ୍କର ଏକ ସଂଗଠନ ଏବଂ ଏଥିରେ ୧୦ଟି ଦେଶ ସାମିଲ ଅଛନ୍ତି। ଏଥିରେ ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ୍, ବ୍ରୁଣେଇ, ଭିଏତନାମ, ଲାଓସ୍, ମ୍ୟାମାର ଏବଂ କାମ୍ବୋଡିଆ ସାମିଲ ଅଛି।
୧୭ତମ ଭାରତ-ଆସିଆନ୍ ସମ୍ମିଳନୀ: ପାରସ୍ପରିକ ସଂପର୍କ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ବ
/sambad/media/post_attachments/wp-content/uploads/2020/11/17th-assen-submeet.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)