ୱାସିଂଟନ: ଆମେରିକାରେ ବଡ଼ ବିମାନ ଦୁର୍ଘଟଣା । ମଝି ଆକାଶରେ ଧକ୍କା ହେଲା ବିମାନ ଓ ହେଲିକପ୍ଟର । ରେଗନ ଏୟାରପୋର୍ଟ ନିକଟରେ ଘଟିଛି ଦୁର୍ଘଟଣା । ଆକାଶରେ ଅଘଟଣ ପରେ ନଦୀକୁ ଖସିପଡିଛି ବିମାନ। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମରୁ ୨ ଜଣଙ୍କ ମୃତଶରୀର ଉଦ୍ଧାର ହୋଇଥିବା ବେଳେ ଏବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଁ ୧୮ରେ ପହଞ୍ଚିଲାଣି। ମୃତକମାନଙ୍କ ଶରୀରକୁ ନଦୀରୁ ଉଦ୍ଧାର କରାଯାଉଛି। ଏହି ଦୁର୍ଘଟଣା ହ୍ବାଇଟ୍ ହାଉସ୍ରୁ ମାତ୍ର ୫ କିଲୋମିଟର୍ ଦୂରତ୍ବରେ ହୋଇଛି।
ବିମାନରେ ସମୁଦାୟ ୬୦ ଜଣ ଯାତ୍ରୀ ଓ ୪ ଜଣ କ୍ରିୟୁ ସଦସ୍ୟ ଥିଲେ। ତେବେ ସୂଚନା ମୁତାବକ ବିମାନବନ୍ଦର ଆକାଶରୁ ଯେତେବେଳେ ବିମାନ ଲ୍ୟାଣ୍ଡିଂ କରୁଥିଲା ସେତେବେଳେ ଆମେରିକାର ସେନା ହେଲିକପ୍ଟର ବ୍ଲାକ୍ ହକ୍ ସହ ଆମେରିକାନ ଏୟାରଲାଇନର ଧକ୍କା ହୋଇଥିଲା। ଆଉ ଦୁର୍ଘଟଣା ପରେ ବିମାନଟି ନିକଟସ୍ଥ ପୋଟମାକ୍ ନଦୀକୁ ଖସିପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/30/My7SmC2MOmNg2ZMzans5.jpg)