ନୂଆଦିଲ୍ଲୀ: ଗଣେଶ ବିସର୍ଜନ ସମୟରେ ମହାରାଷ୍ଟ୍ରରେ ବିଭିନ୍ନ ଜଳାଶୟରେ ବଢି ମୃତକଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି | ପୂର୍ବରୁ ୧୪ ଜଣଙ୍କର ମୃତ୍ୟୁ ଖବର ଆସିଥିଲା, କିନ୍ତୁ ପରେ ଆଉ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ଏଥିସହ ବୁଡ଼ ପକାଇବା ସମୟରେ ୧୧ ଜଣ ଲୋକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ଆହତ ହୋଇଥିଲେ।
ଉଲ୍ଲେଖ ଥାଉ କି ମହାରାଷ୍ଟ୍ରରେ ୧୦ ଦିନିଆ ଗଣେଶ ଉତ୍ସବ ସମାପ୍ତ ହେବା ପରେ ଶନିବାର ସକାଳ ପର୍ଯ୍ୟନ୍ତ ପ୍ରଭୁ ଗଣେଶଙ୍କ ୩୮,୦୦୦ ରୁ ଅଧିକ ପ୍ରତିମା ମୁମ୍ବାଇର ବିଭିନ୍ନ ଜଳାଶୟରେ ବିସର୍ଜନ କରାଯାଇଥିଲା | ବର୍ତ୍ତମାନ ମଧ୍ୟ କେତେକ ସ୍ଥାନରେ, ବିସର୍ଜନ ପ୍ରକ୍ରିୟା ଜାରି ରହିଛି | ଅନ୍ୟପଟେ ଗତକାଲି ଗଣେଶ ବିସର୍ଜନ ବେଳେ ହରିୟାଣା ଓ ଉତ୍ତରପ୍ରଦେଶରେ ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।
ହରିୟାଣା ମହେନ୍ଦ୍ରଗଡ଼ର ଝଗଡ଼ୋଲି କେନାଲରେ ଗଣେଶଙ୍କ ମୂର୍ତ୍ତି ସହିତ ୯ ଜଣ ଲୋକ ପାଣିରେ ଭାସି ଯାଇଥିଲେ। ବିଳମ୍ବିତ ରାତିରେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଖୋଜି ବାହାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/mmmm.jpg)