କୋଲକାତା : ବଙ୍ଗୋପ ସାଗରରେ ଶୁକ୍ରବାର ଦିନ ଏକ ଟ୍ରଲର ବୁଡ଼ି ଯିବାଫଳରେ ୧୮ ଜଣ ଧୀବର ନିଖୋଜ ହୋଇ ଯାଇଛନ୍ତି। ଦକ୍ଷିଣ ୨୪ ପ୍ରଗଣାର କାକଦ୍ବୀପ ଅଞ୍ଚଳରେ ଆଜି ଏହି ଦୁର୍ଘଟଣା ଘଟିଛି। ଟ୍ରଲର୍ ବୁଡ଼ିଯିବାପରେ ତଟରକ୍ଷୀ ବାହିନୀ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ସର୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଶୁକ୍ରବାର ସକାଳୁ ଅପରେସନ୍ ଆରମ୍ଭ ହୋଇଥିଲେ ସୁଦ୍ଧା ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଧୀବରଙ୍କୁ ଠାବ କରାଯାଇପାରିନି। ସମସ୍ତ ମତ୍ସ୍ୟଜୀବୀ ସୁନ୍ଦରବନ ଅଞ୍ଚଳର। ସେମାନେ ମାଛ ଧରିବାପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲେ। ଟ୍ରଲର୍ଟି ସମୁଦ୍ର ମଧ୍ୟରେ କୌଣସି ଏକ ଅଜଣା ବସ୍ତୁରେ ଧକ୍କା ହେବାପରେ ବୁଡ଼ି ଯାଇଥିଲା।
ବଙ୍ଗୋପ ସାଗରରେ ଟ୍ରଲର ବୁଡ଼ି ୧୮ ଧୀବର ନିଖୋଜ
/sambad/media/post_attachments/wp-content/uploads/2022/08/kolkatta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)