ନାଇଜେରିଆ ଜଳଦସ୍ୟୁଙ୍କ ଦ୍ବାରା ୧୮ ଭାରତୀୟ ନାବିକ ଅପହୃତ

ଆବୁଜା : ନାଇଜେରିଆ ଜଳଦସ୍ୟୁ ୧୮ ଜଣ ଭାରତୀୟ ନାବିକଙ୍କୁ ଅପହରଣ କରିନେଇଛନ୍ତି। ଅଶୋଧିତ ତୈଳ ବୋଝେଇ ଜାହାଜ ନାଇଜେରିଆ ଦେଇ ଅତିକ୍ରମ କରୁଥିବା ବେଳେ ଜଳଦସ୍ୟୁ ଏହି ଜାହାଜ ସମେତ ୧୮ ଭାରତୀୟ ନାବିକଙ୍କୁ ଅପହରଣ କରିନେଇଛନ୍ତି। ଜାହାଜ ନାଇଜେରିଆର ଦକ୍ଷିଣ ବୋନି ଉପକୂଳ ଅତିକ୍ରମ କରୁଥିବା ସମୟରେ ସଶସ୍ତ୍ର ଜଳଦସ୍ୟୁମାନେ ଜାହାଜକୁ ଅପହରଣ କରିନେଇଥିଲେ। ନାଇଜେରିଆ ନୌସେନା ଘଟଣା ସ୍ଥଳରେ ପହଞ୍ଚି ନାବିକମାନଙ୍କ ଉଦ୍ଧାର ପାଇଁ ଅଭିଯାନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର