ଇରାନ ଦ୍ୱାରା ବ୍ରିଟିଶ ଜାହାଜ ଜବତ ଘଟଣା : ୧୮ ଭାରତୀୟଙ୍କୁ ମିଳିଲା ଦୂତାବାସ ସହାୟତା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ସ୍ତରରେ ଭାରତ ପୁଣିଥରେ ନିଜର କୂଟନୈତିକ ପ୍ରଭାବ ଦେଖାଇଛି । ଇରାନ ଦ୍ୱାରା ଜବତ ବ୍ରିଟିଶ ଜାହାଜରେ ମୋଟ ୨୩ ଜଣ କର୍ମଚାରୀ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ୧୮ ଜଣ ଭାରତୀୟଙ୍କୁ ହିଁ କନସୁଲାର ଆକସେସ ( ଦୂତାବାସ ସହାୟତା) ପ୍ରଦାନ କରିଛି ତେହେରାନ । କେନ୍ଦ୍ର ସରକାରଙ୍କ ଅନୁରୋଧ କ୍ରମେ ଇରାନ ଭାରତକୁ ଏହି ସୁବିଧା ପ୍ରଦାନ କରିଛି ।

ଇରାନ ଦ୍ୱାରା ଜବତ ବ୍ରିଟିଶ ତୈଳବାହୀ ଜାହାଜ ଷ୍ଟେନା ଇମ୍ପେରୋରେ ବନ୍ଦୀ ହୋଇଥିବା ୧୮ ଜଣ ଭାରତୀୟଙ୍କୁ କନସୁଲାର ଆକସେସ ପ୍ରଦାନ କରିଛନ୍ତି ଇରାନ ସରକାର । ଏହା ପରେ ତେହେରାନରେ ଥିବା ଭାରତୀୟ ଦୂତାବାସର କର୍ମଚାରୀମାନେ ଏହି ୧୮ ଜଣ ଭାରତୀୟଙ୍କୁ ଭେଟିଛନ୍ତି ବୋଲି ବ୍ରିଟେନରେ ଥିବା ଇରାନର ରାଷ୍ଟ୍ରଦୂତ ହମିଦ ବାଦିନେଜାଦ କହିଛନ୍ତି । ସେ କହିଛନ୍ତି ଯେ ଏହି ଭାରତୀୟମାନଙ୍କ ଅବସ୍ଥାକୁ ଭାରତୀୟ ଦୂତାବାସ କର୍ମଚାରୀମାନେ ସନ୍ତୁଷ୍ଟ ଅଛନ୍ତି । କିନ୍ତୁ ଜାହାଜର ଅନ୍ୟ ୫ ଜଣ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ କନସୁଲାର ଆକସେସ ମିଳିପାରିନାହିଁ । ତେବେ ଖୁବଶୀଘ୍ର ସେମାନଙ୍କୁ କନସୁଲାର ଆକସେସ ପ୍ରଦାନ ପାଇଁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର