ଲକଡାଉନ ସମୟରେ ସେନା ହାତରେ ମରିଛନ୍ତି ୧୮ ଆତଙ୍କବାଦୀ

ନୂଆଦିଲ୍ଲୀ : ସାରା ଦେଶ କରୋନା ମୁକାବିଲାକୁ ନେଇ ବ୍ୟସ୍ତ ଥିବାବେଳେ ଭାରତୀୟ ସେନା ଦେଶ ପ୍ରତି ନିଜର କର୍ତ୍ତବ୍ୟ ନିର୍ବାହ କରିଚାଲିଛି । ୨୦୨୦ରେ ଏପର୍ଯ୍ୟନ୍ତ କଶ୍ମୀରରେ ପ୍ରାୟ ୫୦ ଜଣ ଆତଙ୍କବାଦୀ ସୁରକ୍ଷାବଳ ହାତରେ ପ୍ରାଣ ହରେଇସାରିଲେଣି । କେବଳ ଲକଡାଉନ ସମୟରେ ୧୮ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏସବୁ ଆତଙ୍କବାଦୀ ବିଭିନ୍ନ ପାକ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ, ଲସ୍କର-ଇ-ତୋଇବାର ସଦସ୍ୟ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି ।

ତେବେ ଏହି ସମୟରେ ସେନା ଓ ସୁରକ୍ଷା ବାହିନୀର ୧୭ ଜଣ ଯବାନ ଦେଶପାଇଁ ପ୍ରାଣବଳୀ ଦେଇଛନ୍ତି । ଏହି ଆତଙ୍କବାଦୀମାନେ ମଧ୍ୟ ୯ ଜଣ ସାଧାରଣ ଲୋକଙ୍କୁ ମାରିଦେଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ରହିଛି କେତେକ କୁଖ୍ୟାତ କମାଣ୍ଡର ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ରହିଛି ଲସ୍କରର ଜିଲ୍ଲା କମାଣ୍ଡର ମୁଜାଫର ଅହମଦ ଭଟ । ଗତ ଏପ୍ରିଲ ୯ ରେ ଜୈସ କମାଣ୍ଡର ସଜାଦ ନବାବ ଡର ସୁରକ୍ଷା ବଳ ହାତରେ ପ୍ରାଣ ହରାଇଥିଲା । ୨୦୧୯ରେ ଜମ୍ମୁ ଓ କଶ୍ମୀରରେ ମୋଟ ୧୬୦ ଜଣ ଆତଙ୍କବାଦୀ ପ୍ରାଣ ହରାଇଥ#ଲେ ଓ ୧୦୨ ଜଣ ଗିରଫ ହୋଇଥିଲେ ବୋଲି ଭାରତୀୟ ସେନା ସୁତ୍ରରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର