ଚେନ୍ନାଇ: ଦଳବଦଳ ଆଇନ ବଳରେ ତାମଲନାଡୁର ବିଧାନସଭାର ବାଚସ୍ପତି ପି ଧନାପାଲ ଏଆଇଡିଏମକେର ଯେଉଁ ୧୮ ଜଣ ବିଧାୟକଙ୍କ ସଭ୍ୟପଦକୁ ରଦ୍ଦ କରିଥିଲେ , ସେହି ନିଷ୍ପତ୍ତିକୁ ଆଜି ମାଡ୍ରାସ ହାଇକୋର୍ଟ କାଏମ ରଖିଛନ୍ତି। ଫଳରେ ଏଆଇଏଡିଏମକେ ସରକାର ଉପରୁ ଏକ ବଡ଼ ବିପଦ ଟଳି ଯାଇଛି।। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ତୃତୀୟ ଜଜ୍ ଜଷ୍ଟିସ ଏମ ସତ୍ୟନାରାୟଣନ୍ ଏହି ରାୟ ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ, ମାଡ୍ରାସ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ୨ ଜଣିଆ ବେଞ୍ଚ ଏହି ୧୮ ଜଣ ବିଧାୟଙ୍କ ସଭ୍ୟପଦ ନେଇ ମାମଲାର ଶୁଣାଣି କରିଥିଲେ। ପରେ ଦୁଇ ଜଣ ବିଚାରପତିଙ୍କ ରାୟ ଭିନ୍ନ ହେବାରୁ ସୁପ୍ରିମକୋର୍ଟର ନିର୍ଦ୍ଦେଶକ୍ରମେ ତୃତୀୟ ଜଜଭାବେ ଜଷ୍ଟିସ ଏମ ସତ୍ୟନାରାୟଣନ୍ଙ୍କୁ ଏହି ମାମଲା ଶୁଣାଣି ନିଯୁକ୍ତି ଦିଆଯାଇଥିଲା।
ପ୍ରକାଶ ଥାଉକି ଇ କେ ପାଲାନିସ୍ୱାମୀ ସରକାର ସପକ୍ଷରେ ୧୦୯ ଏଆଇଏଡିଏମକେ ବିଧାୟକଙ୍କର ସମର୍ଥନ ରହିଛି। ି ଏହି ବିଧାୟକଙ୍କ ମାନଙ୍କ ସଭ୍ୟପଦ ରଦ୍ଦ ନିଷ୍ପତ୍ତି କାଏମ ରହିବାରୁ ତାମିଲନାଡୁର ଇପିଏସ ସରକାରଙ୍କ ପାଇଁ କୌଣସି ବିପଦ ନାହିଁ। ଏହି ରାୟ ପରିପ୍ରେକ୍ଷୀରେ ମାଡ୍ରାସ ହାଇକୋର୍ଟ ଏହି ୧୮ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ କରିବାକୁ ନିର୍ବାଚନ କମିସନଙ୍କ ଉପରେ ଲଗିଥିବା ପ୍ରତିବନ୍ଧକକୁ ମଧ୍ୟ ଉଠାଇ ନେଇଛନ୍ତି। ତେବେ ସଭ୍ୟପଦ ରଦ୍ଦ ହୋଇଥିବା ବିଧାୟକମାନେ ମଧ୍ୟ ଏ ନେଇ ସୁପ୍ରମକୋର୍ଟରେ ଆବେଦନ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ ଯେ ଜୁନ ୧୪ ତାରିଖ ଦିନ ମାଡ୍ରାସ ହାଇକୋର୍ଟର ବିଚାରପତି ଇନ୍ଦିରା ବାନାର୍ଜୀ ବାଚସ୍ପତିଙ୍କ ନିଷ୍ପତ୍ତି କାଏମ ରଖିଥିବା ବେଳେ ଅନ୍ୟତମ ବିଚରପତି ଜଷ୍ଟିସ ଏମ ସୁନ୍ଦର ବିଧାୟକଙ୍କ ସଭ୍ୟପଦ ରଦ୍ଦ ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ ବୋଲିକହି ଏହା ବିରୋଧରେ ରାୟ ଦେଇତଇଷଳ। ତେଣୁ ଏ ନେଇ ସୁପ୍ରିମ କୋର୍ଟ ତୃତୀୟ ଜଜ୍ ଭାବେ ଏମ ସତ୍ୟନାରାୟରଙ୍କୁ ନିଯୁକ୍ତି ଦେଇଥିଲେ।
ଚେନ୍ନାଇ: ୧୮ ଏଆଇଏଡିଏମକେ ବିଧାୟକଙ୍କ ସଭ୍ୟପଦ ରଦ୍ଦ ନିଷ୍ପତ୍ତିକୁ କାଏମ ରଖିଲେ ହାଇକୋର୍ଟ, ବିପଦରୁ ବର୍ତ୍ତିଲା ତାମିଲନାଡୁ ସରକାର
/sambad/media/post_attachments/wp-content/uploads/2018/10/Madras-High-Court-Decision-on-MLA_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)