୬୦ ଫୁଟ୍‌ ଗଭୀର ବୋର୍‌ୱେଲ୍‌ରେ ଖସି ପଡ଼ିଲା ୧୮ ମାସର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ଚଣ୍ଡିଗଡ଼: ହରିଆଣାର ହିସାର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୧୮ ମାସର ଶିଶୁ ବୁଧବାର ୬୦ ଫୁଟ୍‌ ଗଭୀର ଏକ ବୋର୍‌ୱେଲ୍‌ରେ ଖସି ପଡ଼ିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ଶିଶୁଟିକୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା, ଏନ୍‌ଆର୍‌ଡିଏଫ୍‌ କର୍ମଚାରୀ ଓ ସ୍ଥାନୀୟ ସରକାରୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବଲସମନ୍ଦ ଗ୍ରାମର ନଦିମ ଖାନ ବୁଧବାର ସଂଧ୍ୟାରେ ଖେଳୁଥିବା ବେଳେ ବୋରଓଏଲ୍‌ ଭିତରକୁ ଖସି ପଡ଼ିଥିଲା।

ଶ୍ରମିକ ଅଜମ ଖାନଙ୍କ ପୁଅ ନଦିମ ଖାନ ବୋର୍‌ଓଏଲ୍‌ରେ ଖସି ପଡ଼ିବା ପରେ ପାଖରେ ଥିବା ଲୋକ ଚିତ୍କାର କରିବାରୁ ଲୋକେ ରୁଣ୍ଡ ହୋଇ ଯାଇଥିଲେ।

ଖବର ପାଇଁ ଉଦ୍ଧାରକାରୀ ଦଳ ଆସି ବୋର୍‌ୱେଲ୍‌ ଭିରତକୁ ଅମ୍ଳଜାନ ଥଳି ପକାଇଥିଲେ। ଫଳରେ ଶିଶୁଟିକୁ ନିଶ୍ୱାସ ନେବାରେ କୌଣସି ସମସ୍ୟା ହୋଇନଥିଲା। ଅଧିକାରୀମାନେ କହିଛନ୍ତି ଯେ ଶିଶୁଟିକୁ ବୋର୍‌ୱେଲ୍‌ ଭିତରେ ବଞ୍ଚାଇ ରଖିବା ପାଇଁ ବିସ୍‌କୁଟ୍‌ ଏବଂ ଫଳ ବି ପଠାଯାଇଛି। ବୋର୍‌ଓଏଲ ଭିତରକୁ ସିସିଟିଭି କ୍ୟାମେରା ପଠାଯାଇ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାକୁ ପର୍ଯ୍ୟବେକ୍ଷଣ କରାଯାଉଛି।

ଉଦ୍ଧାରକାରୀ ବୋର୍‌ଓଏଲ୍‌ର ମୁହଁକୁ ବଡ଼ କରି ଶିଶୁଟିକୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଚାଲିଛି ବୋଲି ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର