ଭାରତରେ ପୁଣି ୧୮ ଜଣ କରୋନାଭାଇରସ୍‌ ସଂକ୍ରମିତ: କେରଳରେ କଠୋର କଟକଣା ଜାରି

ତିରୁବନନ୍ତପୁରମ: ଭାରତରେ ପୁଣି ୧୮ଜଣ ବ୍ୟକ୍ତି କରୋନାଭାଇରସ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ କେରଳରୁ ୮ଜଣ, ମହାରାଷ୍ଟ୍ରରୁ ୫ଜଣ, କର୍ଣ୍ଣାଟକରୁ ୪ଜଣ ଏବଂ ଜମ୍ମୁ ଓ କଶ୍ମୀରରୁ ଜଣଙ୍କ ନମୁନା ପଜିଟିଭ୍‌ ବାହାରିଛି। ଏହାକୁ ମିଶାଇ ମଙ୍ଗଳବାର ସମଗ୍ର ଭାରତରେ ସଂକ୍ରମିତଙ୍କ ସଂଖ୍ୟ ୬୨କୁ ବୃଦ୍ଧି ପାଇଛି।

ଆଉ ୮ଜଣ ସଂକ୍ରମିତ ହେବା ପରେ କେରଳରେ କରୋନାଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ଫଳରେ କେରଳ ରାଜ୍ୟ ସରକାର କଠୋର କଟକଣା ଲାଗୁ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ସଂକ୍ରମଣ ରୋକିବାକୁ ଏ ମାସ ଶେଷଯାଏଁ ସବୁ ଶିକ୍ଷାନୁଷ୍ଠାନ ଏବଂ ସିନେମା ହଲ୍‌ଗୁଡ଼ିକ ବନ୍ଦ ରଖିବାକୁ କୁହାଯାଇଛି। ଡାକ୍ତରୀ ଶିକ୍ଷାନୁଷ୍ଠାନ ବ୍ୟତୀତ ବାକି ସମସ୍ତ ଶିକ୍ଷାନୁଷ୍ଠାନ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ବନ୍ଦ କରାଯିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବାକୁ ମଙ୍ଗଳବାର ଦିନ ସ୍ୱତନ୍ତ୍ର କ୍ୟାବିନେଟ୍‌ ବୈଠକ ଡକାଯାଇଥିଲା।

Image Source: The Indian Express

ଏଯାବତ୍‌ କେରଳ ରାଜ୍ୟରେ ପ୍ରାୟ ୧, ୪୯୫ ଲୋକଙ୍କୁ ନିରୀକ୍ଷଣରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୨୫୯ଜଣଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର