ନୂଆଦିଲ୍ଲୀ: ନଭେମ୍ବର ୩ରେ ଆମେରିକାରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିର୍ବାଚନ ପାଇଁ ଟ୍ରମ୍ପ କରିଥିବା ୧୮ଟି ରାଲିରେ ଯୋଗ ଦେଇ ପ୍ରାୟ ୩୦,୦୦୦ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏହା ସହ ୭୦୦ଲୋକ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ନେଇ ସୂଚନା ଦେଇଛି ଷ୍ଟାନଫୋର୍ଡ ବିଶ୍ବବବିଦ୍ୟାଳୟ।
ଷ୍ଟାନଫୋର୍ଡ ବିଶ୍ବବବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ କହିବା ମୁତାବକ, ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପ ଜୁନ ୨୦ରୁ ସେପ୍ଟେମ୍ବର ୨୨ମଧ୍ୟରେ ୧୮ଟି ରାଲି କରିଥିଲେ। ଏହି ରାଲିରେ ହଜାର ହଜାର ଲୋକ ଯୋଗ ଦେଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରାଯାଇନଥିଲା। ଏହା ସହ କିଛି ଲୋକ ବିନା ମାସ୍କରେ ମଧ୍ୟ ଯୋଗ ଦେଇଥିଲେ। ରାଲିରେ ଯୋଗ ଦେବା ପରେ ପ୍ରାୟ ୩୦,୦୦୦ଲୋକ କରୋନା ସଂକ୍ରମିତ ହୋଇଥିବା ଆମ ଅନୁସନ୍ଧାନରୁ ଜଣା ପଡ଼ିଛି। ସଂକ୍ରମିତଙ୍କ ମଧ୍ୟରୁ ୭୦୦ଜଣ ମୃତ୍ୟୁବରଣ କରିଛନ୍ତି।
ନିର୍ବାଚନ ଆରମ୍ଭ ହେବାକୁ ଥିବା ବେଳେ ଟ୍ରମ୍ପଙ୍କୁ ନେଇ ଏଭଳି ତଥ୍ୟ ମତଦାନ ଉପରେ ବଡ଼ ପ୍ରଭାବ ପକାଇବ ଆଶା କରାଯାଉଛି।
Oneindiaବର୍ତ୍ତମାନ ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪୦୨୫୯୦କୁ ବୃଦ୍ଧି ପାଇଛି । ଆମେରିକା ତଳକୁ ଭାରତ ଓ ବ୍ରାଜିଲ ରହିଛନ୍ତି ବୋଲି ଆମେରିକାର ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା ଅନ୍ୟ ଦେଶ ଅପେକ୍ଷା ଅଧିକ ରହିିଛି। ଆମେରିକାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୩୩୬୦୭୨ଜଣ ମୃତ୍ୟୁବରଣ କରି ସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Trump-rally-uk01_Thumb.jpg)