ହାଇଦ୍ରାବାଦ୍ : ହାଇଦ୍ରାବାଦ୍ରେ ରହୁଥିବା ଜାହ୍ନବୀ ମଗନ୍ତୀ ନାମକ ୧୮ ବର୍ଷିୟ ଯୁବତୀ ନିଜ ପାଦରେ ଚିତ୍ର ଆଙ୍କି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଲଡ ରେକର୍ଡ଼ରେ ସ୍ଥାନ ପାଇବା ପାଇଁ ଯୁବତୀ ଜଣଙ୍କ ୧୪୦ ବର୍ଗ ମିଟର ଆକାରର ଏକ ଗୋଲାପ ଫୁଲ ଆଙ୍କି ପୂର୍ବରୁ ଏ ବର୍ଗରେ ଥିବା ୧୦୦ବର୍ଗ ମିଟର ରେକର୍ଡ଼ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ।
‘ମୁଁ ଏବେ ୟୁନାଇଟେଡ଼ କିଙ୍ଗ୍ଡମ୍ରେ ବାଣିଜ୍ୟ ଏବଂ ଅର୍ଥନୀତି ପାଠ ପଢ଼ୁଛି । ପିଲା ବେଳୁ ମୋତେ ନାଚିବା ଏବଂ ଚିତ୍ର ଆଙ୍କିବାର ଇଚ୍ଛା ରହି ଆସିଛି । ମୋର ଏହି ଇଚ୍ଛାକୁ ମୋ ମାତା-ପିତା ସମର୍ଥନ ଦେବା ସହ ସବୁବେଳେ ଅଧିକ ଭଲ କରିବା ପାଇଁ ଉତ୍ସାହିତ କରିଥାନ୍ତି । କିଛି ଦିନ ପୂର୍ବରୁ ହଠାତ୍ ମୋତେ ନାଚ ଏବଂ ଚିତ୍ରକୁ ମିଶାଇ କିଛି କରିବାର ଉପାୟ ମନକୁ ଆସିଲା । ଏହା ପରେ ମୁଁ ଏହାର ଏକ ଭିଡ଼ିଓ ତିଆରି କଲି ।’
/sambad/media/post_attachments/wp-content/uploads/2018/01/Buzz-1-300x199.jpg)
ଏହି ଭିଡ଼ିଓ ତିଆରି କରିବା ପାଇଁ ମୋ ମାତା ପିତା ମୋତେ ସାହାଯ୍ୟ କରିଥିବା ବେଳେ ୧୪୦ବର୍ଗ ମିଟରର ଏହି ଚିତ୍ରକୁ ବନେଇବାକୁ ମୋତେ ପ୍ରାୟ ୯ଘଣ୍ଟା ସମୟ ଲାଗିଥିଲା । ଏଥି ପାଇଁ ମୁଁ ମୋ ମାତାପିତାଙ୍କୁ ଧନ୍ୟବାଦ ଜଣାଇବି । ସେମାନଙ୍କର ସମର୍ଥନ ପାଇଁ ମୁଁ ଆଜି ଏହାକୁ ସମ୍ଭବ କରି ପାରିଛି ବୋଲି କହି ମଗନ୍ତୀ ନିଜର ଖୁସି ଜାହିର କରିଥିଲେ ।