ନୂଆଦିଲ୍ଲୀ: ସିକିମ-ଭୁଟାନ-ତିବ୍ଦତ ତ୍ରିସନ୍ଧିସ୍ଥଳ ନିକଟସ୍ଥ ଡୋକଲାମ ଅଞ୍ଚଳରେ ପ୍ରାୟ ୧୬୦୦ରୁ ୧୮୦୦ ଚୀନ୍ ସୈନିକ ସ୍ଥାୟୀ ଭାବେ ଉପସ୍ଥିତ ରହିଲେଣି। ସମୁଦ୍ର ପତ୍ତନ ଠାରୁ ଢେର୍ ଉଚ୍ଚରେ ଥିବା ଏହି ଅଞ୍ଚଳରେ କୋଲ ମାରିଯିବା ଭଳି ଥଣ୍ଡାରେ ଚଳିବା ପାଇଁ ସେମାନେ ଦୁଇଟି ହେଲିପ୍ୟାଡ୍, ଉନ୍ନତ ରାସ୍ତା ଏବଂ ଗୁଡ଼ାଏ ତମ୍ବୁ, ଆଶ୍ରୟସ୍ଥଳ ଏବଂ ଷ୍ଟୋର୍ ଆଦି ତିଆରି କରିଛନ୍ତି।
ଭାରତୀୟ ନିରାପତ୍ତା ପ୍ରତିଷ୍ଠାନ ସୂତ୍ରରୁ ପ୍ରକାଶ ଯେ ଡୋକ୍ଲାମରେ ଥିବା ଚୀନ୍ର ରାସ୍ତାକୁ ଦକ୍ଷିଣ ଦିଗରେ ଝାମ୍ପେରି ଖାଇ ଆଡ଼କୁ ଭାରତ ବଢ଼ାଇ ନ ଦେବାରେ ସଫଳ ହେବାରୁ ସେ ଅଞ୍ଚଳରେ ଚୀନ୍ର ପିପଲ୍ସ୍ ଲିବେରେସନ୍ ଆର୍ମି ଏକ ପ୍ରକାର ସ୍ଥାୟୀ ଷ୍ଟେସନ୍ କରି ରହିଛନ୍ତି।
ନିଜର ଉପସ୍ଥିତି ଜାହିର କରିବାକୁ ପୂର୍ବରୁ ପ୍ରତିବର୍ଷ ଏପ୍ରିଲ୍-ମେ ଏବଂ ଅକ୍ଟୋବର-ନଭେମ୍ବର ମାସରେ ପିଏଲ୍ଏ ପାଟ୍ରୋଲ୍ ଡୋକଲାମକୁ ଆସେ ଏବଂ ଫେରିବା ପୂର୍ବରୁ ସେ ଅଞ୍ଚଳ ନିଜର ବୋଲି ଦାବି କରି ଫେରିଯାଏ।
Image Courtesy of World Newsଡୋକଲାମ୍ ଠାରେ ୭୩ ଦିନ ଭାରତୀୟ ଏବଂ ଚୀନ୍ ସୈନ୍ୟ ତକାତକି ହୋଇ ରହିବା ପରେ ଅଗଷ୍ଟ ୨୮ ତାରିଖ ଦିନ ଅଚଳାବସ୍ଥାର ଅବସାନ ଘଟିଥିଲା। ପ୍ରଥମ ଥର ଲାଗି ଏଥର ଶୀତଋତୁରେ ପିଏଲ୍ଏ ସୈନ୍ୟ ଭୁଟାନ ଅଞ୍ଚଳରେ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି। କିନ୍ତୁ ପୂର୍ବରୁ ଉଭୟ ଦେଶର ସୈନ୍ୟ ତକାତକି ହୋଇ ରହିଥିବା ଅଞ୍ଚଳରେ ସ୍ଥିତାବସ୍ଥା ସ୍ୱାଭାବିକ ରହିଛି।
ଏ ପ୍ରସଙ୍ଗରେ ସେନାମୁଖ୍ୟ ଜେନେରାଲ୍ ବିପିନ ରାଓ୍ଵାତ ସେପ୍ଟେମ୍ବର ମାସରେ ଦେଇଥିବା ଚେତାବନୀ ସହ ମେଳ ଖାଉଛି। ସେ କହିଥିଲେ କି, ନାନା ଉପାୟରେ ଚୀନ୍ ବିବାଦୀୟ ଅଞ୍ଚଳକୁ ପୁଣି ଫେରିବ। ତ୍ରିସନ୍ଧି ସ୍ଥଳରେ ଭାରତୀୟ ସେନା ମୁତୟନ ହେବା ଫଳରେ ଚୀନ୍ ଏବେ ସିକିମ ଏବଂ ଭୁଟାନ ମଧ୍ୟରେ ଥିବା ସଙ୍କୀର୍ଣ୍ଣ ଚୁମ୍ବି ଉପତ୍ୟକା ଉପରେ ଦୃଷ୍ଟି ପକାଇ ପାରେ।
Image Courtesy of The World Vibeପୂର୍ବରୁ ଡୋକଲାମ ଠାରେ ଚୀନ୍ ସାମରିକ ପାଟ୍ରୋଲିଙ୍ଗ୍ ପ୍ରସଙ୍ଗ ଉପରେ କେବେ ଆପତ୍ତି କରି ନ ଥିଲା। ଗତ ଜୁନ୍ ମଧ୍ୟ ଭାଗରେ ପିଏଲ୍ଏ ସ୍ଥିତାବସ୍ଥା ବ୍ୟାହତ କରି ରାସ୍ତା ନିର୍ମାଣ କରିବାରୁ ସାଙ୍ଘାତିକ ନିରାପତ୍ତା ଅବସ୍ଥା ଉପୁଜିବାର ଆଶଙ୍କା ଥିଲା।
ଚୀନ୍ ସୈନ୍ୟଙ୍କୁ ରାସ୍ତା ନିର୍ମାଣ ନ କରାଇ ଦେବାକୁ ଜୁନ୍ ୧୮ ତାରିଖ ଦିନ ଭାରତୀୟ ସେନା ଡୋକା ଲା ପୋଷ୍ଟ୍ରୁ ଜୁନ୍ ୧୮ ତାରିଖ ଦିନ ଓହ୍ଲାଇ ଥିଲେ।
ବୁଝାମଣା ପରେ ସୈନ୍ୟ ପ୍ରତ୍ୟାହାର ହୋଇଥିଲା ଏବଂ ଚୀନ ସୈନ୍ୟ ୫୦୦ ମିଟର୍ରୁ ବେଶୀ ପଛକୁ ଘୁଞ୍ଚି ଯାଇଥିଲେ। ସେବେଠୁ ସେଠାକାର ଅବସ୍ଥା ଅପେକ୍ଷାକୃତ ଶାନ୍ତ ରହି ଆସିଛି।
Image Courtesy of Inkhabarଏ ମଧ୍ୟରେ ଚୀନ୍ ଡୋକଲାମ୍ର ୧୦ କି. ମି. ଉତ୍ତର ଏବଂ ପୂର୍ବ ପଛକୁ ଥିବା ଯାନବାହନ ଚଳାଚଳ ରାସ୍ତାକୁ ମରାମତି କରିଛି। କିନ୍ତୁ ଝାମ୍ପେରି ଖାଇ ଆଡ଼କୁ ନୂଆ ରାସ୍ତା ତିଆରି କରିବା ନିମନ୍ତେ ପିଏଲ୍ଏ କୌଣସି ପଦକ୍ଷେପ ନେଇ ନାହିଁ ବୋଲି କୁହାଯାଉଛି।
ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ ଏବେ ଆମକୁ ଦେଖିବାକୁ ପଡ଼ିବ ଆଗାମୀ ମାସଗୁଡ଼ିକରେ ଚୀନ୍ କି ପ୍ରକାର ବ୍ୟବସ୍ଥା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/62014328.jpg)