୫ ରାଜ୍ୟକୁ ୧୮୧୬ କୋଟି ଅତିରିକ୍ତ ସହାୟତା

ନୂଆଦିଲ୍ଲୀ: ୨୦୨୨ରେ ବନ୍ୟା, ଭୂସ୍ଖଳନ ଏବଂ ବାଦଲଫଟା ବର୍ଷା ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପାଇଁ କେନ୍ଦ୍ର ସରକାର ଆଜି ୫ ରାଜ୍ୟକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ଦେବାକୁ ସ୍ବୀକୃତି ଦେଇଛନ୍ତି। ୫ ରାଜ୍ୟ ଆସାମ, ହିମାଚଳପ୍ରଦେଶ, କର୍ଣ୍ଣାଟକ, ମେଘାଳୟ ଏବଂ ନାଗାଲାଣ୍ଡକୁ ୧୮୧୬.୧୬୨ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ଦେବାକୁ କେନ୍ଦ୍ର ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ କମିଟି ୫ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅତିରିକ୍ତ ସହାୟତା ଦେବା ସଂକ୍ରାନ୍ତ ନିଷ୍ପତ୍ତି ନେଇଛନ୍ତି।

ଏନ୍‌ଡିଆରଏଫ୍‌ ( ଜାତୀୟ ବିପର୍ଯ୍ୟୟ ପରିଚାଳନା) ଅଧୀନରେ ଉକ୍ତ ରାଜ୍ୟମାନଙ୍କୁ ଏହି ଅତିରିକ୍ତ କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରାଯିବ। ମୋଟ୍‌ ୧୮୧୬.୧୬୨ କୋଟି କେନ୍ଦ୍ରୀୟ ସହାୟତାରୁ ୫୨୦.୪୬୬ କୋଟି ଆସାମକୁ ଦିଆଯାଇଛି। ହିମାଚଳ ପାଇଁ ୨୩୯.୩୧ କୋଟି, କର୍ଣ୍ଣାଟକ ପାଇଁ ୯୪୧.୦୪ କୋଟି, ମେଘାଳୟ ପାଇଁ ୪୭.୩୨୬ କୋଟି ଏବଂ ନାଗାଲାଣ୍ଡ ପାଇଁ ୬୮.୦୨ କୋଟି ମଂଜୁର କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୨-୨୩ରେ କେନ୍ଦ୍ର ସରକାର ଏସଡିଆରଏଫ୍‌ ଅଧୀନରେ ୧୫,୭୭୦.୪୦ କୋଟି ଏବଂ ଏନ୍‌ଡିଆରଏଫ୍‌ ଅଧୀନରେ ୫୦୨,୭୪୪ କୋଟି ମଂଜୁର କରିଥିଲେ।

ସମ୍ବନ୍ଧିତ ଖବର