ଗୌହାଟୀ : ଗୌହାଟୀରେ ରବିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ଏକ ଲିଗ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ଆଗରେ ୧୮୩ ରନର ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ ।
ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଦଳ ଆରମ୍ଭରୁ ଯଶସ୍ବୀ ଜୟସ୍ବାଲଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ସଂଜୁ ସାମସନ ଓ ନୀତୀଶ ରାଣା ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ନୀତୀଶ ୮୧ ରନର ଏକ ଲଢୁଆ ପାଳି ଖେଳିଥିଲେ । ସେହିପରି ରିଆନ ପରାଗ ୩୭ ରନ କରିଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ପୁଣି ବିଫଳ ହୋଇଥିଲା । ତେବେ ନିର୍ଦ୍ଧାରିତ ୨୦ ଓଭରରେ ଦଳ ୧୮୨ ରନର ଏକ ଲଢୁଆ ସ୍କୋର ଛିଡ଼ା କରିବାକୁ ସକ୍ଷମ ହୋଇଥିଲା । ଚେନ୍ନାଇ ପକ୍ଷରୁ ମଥିସା ପଥିରାଣା, ନୁର ଅହମ୍ମଦ ଓ ଖଲିଲ ଅହମ୍ମଦ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/30/3x0hFtokUjGvfj5mxJKi.jpg)