ଉତ୍ପତ୍ତିସ୍ଥଳରୁ କୋଭିଡ୍-୧୯ ରୋକା ନ ଯିବାରୁ ୧୮୪ଟି ଦେଶ ‘ନରକ ଯନ୍ତ୍ରଣା’ ଭୋଗୁଛନ୍ତି: ଟ୍ରମ୍ପ୍

ୱାସିଂଟନ୍: କୋଭିଡ୍-୧୯କୁ ଉତ୍ପତ୍ତିସ୍ଥଳରୁ ନ ଅଟକା ଯିବାରୁ ଏବେ ୧୮୪ଟି ଦେଶ ‘ନରକ ଯନ୍ତ୍ରଣା’ ଭୋଗୁଛନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ ଚୀନ୍‌କୁ ତୀବ୍ର ସମାଲୋଚନା କରି କହିଛନ୍ତି।

ମଙ୍ଗଳବାର ଦିନ ହ୍ବାଇଟ୍ ହାଉସ୍‌ରେ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଛନ୍ତି, କରୋନାଭାଇରସ୍ ୧୮୪ଟି ଦେଶରେ ଥିବା କଥା ମୁଁ ସବୁବେଳେ କହୁଥିବା ଶୁଣୁଥିବେ। ଏ କଥା ସହଜରେ ବଶ୍ବାସ କରି ହେଉନାହିଁ। ଏଇଟା ଅକଳ୍ପନୀୟ। ଉତ୍ପତ୍ତିସ୍ଥଳ ଚୀନ୍‌ରୁ ଏହାକୁ ଅଟକାଯିବା ଉଚିତ ଥିଲା। ଉତ୍ପତ୍ତିସ୍ଥଳରୁ ହିଁ ଏହାକୁ ଅଟକାଇବା ଉଚିତ ଥିଲା, କିନ୍ତୁ ଅଟକା ଗଲାନାହିଁ। ତେଣୁ ଏବେ ୧୮୪ଟି ଦେଶ ଦୁର୍ଦ୍ଦଶା ଭୋଗୁଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍ ଓ ଜର୍ମାନିର ନେତାମାନେ ମଧ୍ୟ କହୁଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚୀନ୍ ଏହି ଭୂତାଣୁ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ ମୃତ୍ୟୁ ଓ ଜାଗତିକ ଅର୍ଥନୀତି କ୍ଷୟକୁ ଏଡ଼ାଇ ଦିଆଯାଇ ପାରିଥାଆନ୍ତା।

Image Source: ET HealthWorld

ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାରେ କରୋନାଭାଇରସ୍ ସଂକ୍ରମଣ ବ୍ୟାପକ ହୋଇଥିବାରୁ ଆମେରିକୀୟ ସାଂସଦମାନେ ଟ୍ରମ୍ପ୍‌ଙ୍କ ଉପରେ ଚାପ ପକାଇ କହୁଛନ୍ତି କି, ଆମେରିକା ବେଜିଙ୍ଗ୍ ଉପରୁ ନିର୍ଭରଶୀଳତା ହ୍ରାସ କରୁ ଏବଂ ଚୀନ୍ ଠାରୁ କ୍ଷତିପୂରଣ ଦାବି କରୁ। ଏଠାରେ ପ୍ରକାଶଯୋଗ୍ୟ ଯେ, ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରିବା ନିମନ୍ତେ ଆବଶ୍ୟକ ବିରଳ ମୃତ୍ତିକା ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ନିମନ୍ତେ ଆମେରିକା ଚୀନ୍‌‌ ଉପରେ ନିର୍ଭରଶୀଳ। କିନ୍ତୁ, ସେସବୁ ସ୍ବଦେଶରୁ ସଂଗ୍ରହ କରାଯାଉ ବୋଲି ସିନେଟର୍ ଟେଡ୍ କ୍ରୁଜ୍ ଏବଂ ତାଙ୍କ ସହକର୍ମୀମାନେ ଦାବି କରିଛନ୍ତି।

 

 

ସମ୍ବନ୍ଧିତ ଖବର