ଭାରତରେ କରୋନା ପଜିଟିଭଙ୍କ ସଂଖ୍ୟା ୧୮ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୮ ହଜାର ଅତିକ୍ରମ କରିଛି। ଏପର୍ଯ୍ୟନ୍ତ ସମୁଦାୟ ୧୮ ହଜାର ୬୦୧ ରୋଗୀଙ୍କ ପାଖରେ କରୋନା ପଜିଟିଭ୍ ମିଳିଛି। ଏଥିମଧ୍ୟରୁ ୫୯୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୨୫୧ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୪୬୬ ଟି ନୂଆ ମାମଲା ସାମ୍ନାକୁ ଆସିଛି।

ମହାରାଷ୍ଟ୍ରରେ ସର୍ବାଧିକ କରୋନା ପଜିଟିଭଙ୍କ ସଂଖ୍ୟା ୪ ହଜାର ୬୬୬ରେ ପହଂଚିଥିବାବେଳେ ମୁମ୍ବାଇରେ ଏହି ସଂଖ୍ୟା ୩୦୩୨ ରେ ପହଞ୍ଚିଛି। ମୁମ୍ବାଇରେ ୩୦୮ ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ହୋଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ୧୩୯ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ 572 ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି।

ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୨୫୧ ଜଣ ସୁସ୍ଥ ହୋଇଛନ୍ତି | ମହାରାଷ୍ଟ୍ର ପଛକୁ ଦିଲ୍ଲୀ ଥିବାବେଳେ ଏଠାରେ କରୋନା ପଜିଟିଭଙ୍କ ସଂଖ୍ୟା ୨୦୮୧ରେ ପହଂଚିଛି | ସେହିପରି ଗୁଜୁରାଟରେ ୧୯୩୯ ଜଣ,ରାଜସ୍ଥାନରେ ୧୫୭୬, ତାମିଲନାଡୁରେ ୧୫୨୦, ମଧ୍ୟପ୍ରଦେଶରେ ୧୪୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |

ସମ୍ବନ୍ଧିତ ଖବର