ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୨ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ ୧୮୮ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ୍ ।
ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୧୮୭ ରନ କରିଥିଲା । ଦଳ ପକ୍ଷରୁ ଆୟୁଷ ମାହାତ୍ରେ ୪୩ ରନ କରିଥିବାବେଳେ ଡେଓ୍ବାଲଡ୍ ବ୍ରେଭିସ୍ ୪୨ ରନ କରିଥିଲେ । ସେହିପରି ଶିବମ ଦୁବେ ୩୯ ରନ କରିଥିବାବେଳେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୧୬ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ୟୁଧବୀର ସିଂ ଚରକ ଓ ଆକାଶ ମାଧଓ୍ବାଲ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ତୁଷାର ଦେଶପାଣ୍ଡେ ଓ ଓ୍ବାନିଣ୍ଡୁ ହସରଙ୍ଗା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ସୂଚନାଯୋଗ୍ୟ ଯେ ଚଳିତ ଆଇପିଏଲ ଉଭୟ ରାଜସ୍ଥାନ ଓ ଚେନ୍ନାଇ ପାଇଁ ବେଶ ନୈରାଶ୍ୟଜନକ ରହିଛି । ଉଭୟ ଦଳ ପଏଣ୍ଟ ଟେବୁଲର ତଳେ ଅଛନ୍ତି ଓ ଉଭୟଙ୍କ ପାଇଁ ପ୍ଲେ ଅପକୁ ଯିବାର ସମ୍ଭାବନା ଶେଷ ହୋଇଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/20/Vkid3XtLevI1wu7aHTpi.jpg)