ନୂଆଦିଲ୍ଲୀ: ଗତସୋମବାର ଦିନ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ନବ ନିର୍ବାଚିତ ସାଂସଦଙ୍କ ଶପଥ ଗ୍ରହଣ ଉତ୍ସବରୁ ଆରମ୍ଭ ହୋଇଥିଲା ଏବଂ ଏହା ଆଜି ମଧ୍ୟ ଜାରି ରହିଛି।

Advertisment

ପ୍ରୋଟେମ୍ ସ୍ପିକର ଭତୃହରୀ ମହତାବ ଗୃହର ପ୍ରକ୍ରିୟା ପରିଚାଳନା କରୁଛନ୍ତି ଏବଂ ସଦସ୍ୟମାନଙ୍କୁ ଶପଥ ପାଠ କରାଉଛନ୍ତି। ସାଂସଦ ଅରୁଣ ଗୋଭିଲ ମଙ୍ଗଳବାର ସଂସ୍କୃତ ଭାଷାରେ ଲୋକସଭା ସଦସ୍ୟତାର ଶପଥ ଗ୍ରହଣ କରିବା ଚର୍ଚ୍ଚାରେ ରହିଛି।

ଲୋକସଭାରେ ନବନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିବା ସମୟରେ ଭାରତର ଭାଷା ବିବିଧତାର ଝଲକ ଦେଖିବାକୁ ମିଳିଥିଲା। ଅଧିକାଂଶ ସଦସ୍ୟ ହିନ୍ଦୀରେ ଶପଥ ଗ୍ରହଣ କରିଥିବାବେଳେ ଅନେକ ସଦସ୍ୟ ସଂସ୍କୃତ, ଆସାମ, ତେଲୁଗୁ, ପଞ୍ଜାବୀ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ସତ୍ୟ ଏବଂ ନିଷ୍ଠାର ଶପଥ ନେଇଥିଲେ।

ଉତ୍ତରପ୍ରଦେଶର ମେରଠ ସଂସଦୀୟ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ଅରୁଣ ଗୋଭିଲ ସଂସ୍କୃତ ଭାଷାରେ ମଙ୍ଗଳବାର ଲୋକସଭାର ସଦସ୍ୟତା ଶପଥ ଗ୍ରହଣ କରିଛନ୍ତି। ଶପଥ ପାଇଁ ଅରୁଣ ଗୋଭିଲଙ୍କ ନାମ ଡାକିବା ପରେ ଶାସକ ଦଳର କିଛି ସଦସ୍ୟ 'ଜୟ ଶ୍ରୀ ରାମ' ସ୍ଲୋଗାନ ଦେଇଥିଲେ। କିଛି ସମୟ ପାଇଁ ଲୋକସଭା 'ଜୟ ଶ୍ରୀ ରାମ' ସ୍ଲୋଗାନରେ କମ୍ପି ଉଠିଥିଲା। ଯାହାର ଏକ ଭିଡିଓ ବି ସାମ୍ନାକୁ ଆସିଛି।