୧୯.୮୬ କୋଟି ମହିଳା ଜନଧନ ହିତାଧିକାରୀଙ୍କୁ ଦିଆଗଲା ୯୯୩୦ କୋଟି ଟଙ୍କା

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ନବରଙ୍ଗପୁରର ମୁକ୍ତା ଜାନି ଓ ବାଲେଶ୍ବରର ଲୁଡି ମୁର୍ମୁ

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଚାଲିଛି ଲକ ଡାଉନର ସମୟ । ଗରିବ ନିରାଶ୍ରୟ ଶ୍ରମଜୀବୀମାନଙ୍କ ଜୀବିକା ନିର୍ବାହ ପାଇଁ ସୁଯୋଗ ନାହିଁ । ମହିଳାମାନଙ୍କ ଉପରେ ପରିବାର ପ୍ରତିପୋଷଣର ମୁଖ୍ୟ ଦାୟିତ୍ଵ ଥିବା ବେଳେ ଏହି ଦୁର୍ଦ୍ଦିନ ସମୟରେ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଜନ ଧନ ଯୋଜନାର ମହିଳା ହିତାଧିକାରୀଙ୍କୁ ଏଥିପାଇଁ ପ୍ରଦାନ କରାଯାଉଛି ୫୦୦ ଟଙ୍କାର ଆର୍ଥିକ ସହାୟତା । ଏପ୍ରିଲ ମାସ ପାଇଁ ୫୦୦ ଟଙ୍କା ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି । ସାରାଦେଶରେ ଏପରି ୧୯.୮୬ କୋଟି ମହିଳା ଜନଧନ ହିତାଧିକାରୀଙ୍କୁ ୯୯୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଓଡିଶାର ବାଲେଶ୍ବର, ବ୍ରହ୍ମପୁର ଓ ନବରଙ୍ଗପୁର ଆଦି ଜିଲ୍ଲାର ଅନେକ ମହିଳା ହିତାଧିକାରୀଙ୍କୁ ଏହି ସହାୟତା ରାଶି ମିଳିଛି । ବାଲେଶ୍ବର ଜିଲ୍ଲାର ଶ୍ରୀକୋଣା ଗ୍ରାମର ଲୁଡି ମୁର୍ମୁ ନିଜ ବ୍ୟାଙ୍କ ଖାତାରେ ୫୦୦ ଟଙ୍କା ପାଇସାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରର ଗରିବ ମହିଳା ମୁକ୍ତା ଜାନି ଲକଡାଉନ ସମୟରେ କାମଧନ୍ଦା ବନ୍ଦ ଥିବାବେଳେ ଏହି ସହାୟତା ରାଶି ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସମ୍ବନ୍ଧିତ ଖବର