କୋଲକାତା : ନକଲି କଲ୍ ସେଣ୍ଟର ଖୋଲି ବିଦେଶୀ ନାଗରିକଙ୍କୁ ଠକୁଥିବା ୧୯ ଜଣଙ୍କୁ ପୁଲିସ ଗିରଫ କରିଛି। ଗତ କିଛି ଦିନ ହେଲା ଇ-ମେଲ୍ ଜରିଆରେ ଅନେକ ଅଷ୍ଟ୍ରେଲୀୟ ନାଗରିକଙ୍କଠାରୁ ଅଭିଯୋଗ ପାଇବା ପରେ ସଲ୍ଟ ଲେକ୍ରେ ଥିବା ବିଭିନ୍ନ କଲ୍ ସେଣ୍ଟର ଉପରେ ପୁଲିସ ଚଢ଼ଉ କରିଥଲା। ଚଢ଼ଉବେଳେ ବିଭିନ୍ନ କଲ୍ ସେଣ୍ଟରରୁ ୧୯ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣ ଇକ୍ବାଲପୁରର ହୋଇଥିବାବେଳେ ଅନ୍ୟମାନେ ୱାଟଗଞ୍ଜ, ତିଲଜଲା, ସଲ୍ଟଲେକ୍, ନିଉ ଆଲିପୁର, ବୌବଜାର, ପାର୍କ ଷ୍ଟ୍ରୀଟ୍, ପର୍ଣ୍ଣଶ୍ରୀ ଏବଂ ଗାର୍ଡେନ୍ ରିଚ୍ ଅଞ୍ଚଳର। ଏହି କଲ୍ ସେଣ୍ଟରଗୁଡ଼ିକ ସହ କୌଣସି ଜାତୀୟ ବା ଅନ୍ତର୍ଜାତୀୟ ସମ୍ପର୍କ ରହିଛି କିନା ପୁଲିସ ତଦନ୍ତ କରୁଛି।