ମୁମ୍ବାଇ: ପ୍ରବଳ ବର୍ଷାରେ ବେହାଲ ହୋଇଛି ମାୟାନଗରୀ ମୁମ୍ବାଇ | ପୁନେ-ମୁମ୍ବାଇରେ ବାର ଯୋଗୁଁ ୧୯ ଜଣଙ୍କ ଜୀବନ ଗଲାଣି | ଦୁଇଟି ସହରରେ କାନ୍ଥ ଭୁଶୁଡି ୧୯ ଜଣଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି | ୨୪ ଘଣ୍ଟା ମଧ୍ୟରେ ଲଗାତାର ବର୍ଷା ହେବା ଫଳରେ ପୁନେର ସିଂହାଡ଼ କଲେଜର କାନ୍ଥ ଭୁଶୁଡି ପଡିଥିଲା | ଏଥିରେ ଚାପି ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି |

Advertisment

publive-image

ଘଟଣାସ୍ଥଳରେ ଏନଡିଆରଏଫ ପହଂଚିଥିବାବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି | ତେବେ ମୃତକଙ୍କର ସଂଖ୍ୟା ବଢିବାର ଆଶଙ୍କା ସୃଷ୍ଟି ହୋଇଛି | ସେହିପରି ମୁମ୍ବାଇର ମାଲାଡ଼ରେ ମଧ୍ୟ କାନ୍ଥ ଭୁଶୁଡି ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଛି | ଏହି ଘଟଣାଟି ପିପାରପଡା ଅଂଚଳରେ ହୋଇଥିବାବେଳେ କାନ୍ଥ ତଳେ ବସ୍ତିର କିଛି ଲୋକ ଶୋଇଥିଲେ |

publive-image

ତେବେ ଧ୍ୱଂସାବଶେଷ ତଳେ ଆଉ କିଛି ଲୋକ ଚାପି ହୋଇରହିଛନ୍ତି | ତେଣୁ ମୃତକଙ୍କ ସଂଖ୍ୟା ମଧ୍ୟ ବଢିପାରେ | ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ ମୃତକଙ୍କ ପରିଵାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି |