ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସୁନ୍ଦରବନ ଅଂଚଳର ବଙ୍ଗୋପସାଗର ତଟରେ ମତ୍ସ୍ୟଜୀବୀଙ୍କ ୩ଟି ଡଙ୍ଗା ବୁଡ଼ିଯିବାରୁ ୧୯ ଜଣ ନିଖୋଜ ଅଛନ୍ତି। ଗତକାଲି ଅପରାହ୍ନ ୪ଟା ବେଳେ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ୪୭ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ଖସି ପଡ଼ିଥିଲେ। ସେମାନଙ୍କୁ ମଧ୍ୟରୁ ୨୮ ଜଣଙ୍କୁ ଅନ୍ୟ ଟ୍ରଲର୍ରେ ଥିବା ମତ୍ସ୍ୟଜୀବୀମାନେ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ତେବେ ଆଜି ସନ୍ଧ୍ୟା ସୁଦ୍ଧା ନିଖୋଜ ୧୯ ମତ୍ସ୍ୟଜୀବୀଙ୍କ କୌଣସି ପତ୍ତା ମିଳୁନାହିଁ। ସେମାନଙ୍କ ସନ୍ଧାନରେ ତଟରକ୍ଷୀ ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।
୧୯ ମତ୍ସ୍ୟଜୀବୀ ନିଖୋଜ
/sambad/media/post_attachments/wp-content/uploads/2018/07/fisherman-missing.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)