ରଓ୍ଵାଣ୍ଡା : ସେନା ଆକ୍ରମଣରେ ୧୯ ବିଦ୍ରୋହୀ ନିହତ, ୫ ଗିରଫ

କିଗାଲି : ଆଫ୍ରିକୀୟ ଦେଶ ରଓ୍ଵାଣ୍ଡାରେ ଗତ ଶୁକ୍ରବାରଦିନ ବିଦ୍ରୋହୀମାନେ ଘଟାଇଥିବା ଗଣହତ୍ୟାର ପ୍ରତିଶୋଧ ନେଇଛି ସେଠିକାର ସେନା । ସେନା ଆକ୍ରମଣରେ ପ୍ରାୟ ୧୯ ଜଣ ହୁତୁ ବିଦ୍ରୋଦୀ ନିହତ ହୋଇଛନ୍ତି । ଏହା ସହିତ ୫ ବିଦ୍ରୋହୀଙ୍କୁ ଗିରଫ କରାଯାଇଛି । ରଓ୍ଵାଣ୍ଡା-କଙ୍ଗୋସୀମାରେ ସେନା ପକ୍ଷରୁ ଏହି ଅପରେସନ କରାଯାଇଥିଲା ବୋଲି ରଓ୍ଵାଣ୍ଡା ପୁଲିସ ପକ୍ଷରୁ କୁହାଯାଇଛି ।

ଗତ ଶୁକ୍ରବାରଦିନ ରଓ୍ଵାଣ୍ଡାର ଭଲକାନଏଡ ନ୍ୟାସନାଲ ପାର୍କରେ ହୁତୁ ବିଦ୍ରୋହୀମାନେ ଆକ୍ରମଣ କରି ପ୍ରାୟ ୧୪ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲେ । ପ୍ରଥମ ମୃତ୍ୟୁସଂଖ୍ୟା ୮ ବୋଲି କୁହାଯାଇଥିଲେ ମଧ୍ୟ ପରେ ଏହା ୧୪କୁ ବୃଦ୍ଧି ପାଇଥିଲା । ବିଦ୍ରୋହୀମାନେ ଛୁରୀ, ପଥର ସାହାଯ୍ୟରେ ଲୋକମାନଙ୍କୁ ନିର୍ମମଭାବେ ହତ୍ୟା କରିଥିଲେ ।

ରଓ୍ଵାଣ୍ଡାର ଭଲକାନଏଡ ନ୍ୟାସନାଲ ପାର୍କକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଏହା ପାହାଡି ଗରିଲାଙ୍କ ଅଭୟାରଣ୍ୟ ପାଇଁ ବେଶ ପ୍ରସିଦ୍ଧ ।

ସମ୍ବନ୍ଧିତ ଖବର