ଓଲଟି ପଡ଼ିଲା ସିଆରପିଏଫ୍‌ ଗାଡ଼ି, ୧୯ଜଣ ଯବାନ ଆହତ ହୋଇଥିଲା ବେଳେ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି

ଶ୍ରୀନଗର: ଶ୍ରୀନଗରର ବେମିନ ଅଞ୍ଚଳରେ ରବିବାର ସକାଳେ ସିଆରପିଏଫ୍‌ର ୨୮ତମ ବାଟାଲିୟାନ୍‌ର ୨୧ଜଣ ଯବନାଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଶ୍ୟାମଲାଲ ପେଟ୍ରୋଲପମ୍ପ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୯ଜଣ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି।  ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଜେଭିସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଯବାନମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆର୍ମି ବେସ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ୭ ଜଣଙ୍କ ମଧ୍ୟରୁ ଜଣେ ଯବାନଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବାରୁ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ଦେଇଛି। ଯାଞ୍ଚ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।

ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଥିଲା କି ଏହି ଦୁର୍ଘଟଣା ପଥରମାଡ ହେତୁ ଘଟିଛି। ଯେଉଁଥିପାଇଁ ଚାଳକ ଗାଡ଼ି ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ଦୁର୍ଘଟଣାର ଶିକାର ହୋଇଥିଲା। କିନ୍ତୁ ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ବି ପୁଲିସ ଯାଞ୍ଚ କରିଥିଲା। ଏହି ଯାଞ୍ଚପରେ ଜଣାପଡ଼ିଥିଲା କି ଦୁର୍ଘଟଣା ସମୟରେ ଏଠାରେ କୌଣସି ପ୍ରକାର ପଥରମାଡ ହୋଇ ନଥିଲା।

 

ସମ୍ବନ୍ଧିତ ଖବର