ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ଦିଲ୍ଲୀରେ ପୁଣି ହିଂସା ବ୍ୟାପିଛି। ଆଜି ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି ସତ୍ତ୍ବେ ଆନ୍ଦୋଳନକାରୀମାନେ ଏହାର ଉଲ୍ଲଂଘନ କରି ହିଂସା ଘଟାଇଛି। ଦିଲ୍ଲୀ ପୁଲିସ ୩୭ ଜଣ ଆନ୍ଦୋଳନକାରୀକୁ ଗିରଫ କରିଥିବାବେଳେ ୧୨ ଶହରୁ ଅଧିକ ଲୋକଙ୍କ ଅଟକ ରଖିଛି। ଆନ୍ଦୋଳନ ପ୍ରଭାବରେ ଆଜି ଦିଲ୍ଲୀ ବିମାନ ବନ୍ଦରରେ ୧୯ଟି ଇଣ୍ଡିଗୋ ଫ୍ଲାଇଟ୍କୁ ବାତିଲ କରି ଦିଆଯାଇଛି। ସେହିଭଳି ବିମାନବନ୍ଦରରେ ପରିଚାଳକ ସଦସ୍ୟ ପହଞ୍ଚି ନ ପାରିବା କାରଣରୁ ୧୬ ବିମାନ ଚଳାଚଳରେ ବିଳମ୍ବ ଘଟିଛି। ଆନ୍ଦୋଳନ ଯୋଗୁଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମ୍ଆର୍ସି) ୧୯ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ୍କୁ ବନ୍ଦ ରଖାଯାଇଛି। ଆନ୍ଦୋଳନ ପ୍ରଭାବରେ ଆଜି ଦିଲ୍ଲୀର ଅଧିକାଂଶ ଘରୋଇ କମ୍ପାନି, ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ଥିଲା। ଆନ୍ଦୋଳନକୁ ନଜରରେ ରଖି ସଂସଦ ମାର୍ଗ ଏବଂ ଜୟସିଂ ମାର୍ଗକୁ ବନ୍ଦ କରି ଦିଆଯାଇଛି। ଆସନ୍ତାକାଲି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦିଲ୍ଲୀର କେତେକ ସ୍ଥାନରେ ମୋବାଇଲ୍ , ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ଏୟାର୍ଟେଲ୍, ଭୋଡାଫୋନ୍ ଆଇଡିଆ, ରିଲାଏନ୍ସ୍ ଜିଓ, ଏମ୍ଟିଏନ୍ଏଲ୍/ବିଏସ୍ଏନ୍ଏଲ୍ ପ୍ରଭୃତି ଟେଲିକମ୍ ଅପରେଟରମାନଙ୍କୁ ଦିଲ୍ଲୀ ପୁଲିସ ନିର୍ଦ୍ଦେଶ ଦେଇଛି। ଆଜି ପ୍ରଥମେ ଏୟାର୍ଟେଲ୍ର ଗ୍ରାହକମାନେ ସେମାନଙ୍କ ମୋବାଇଲ୍ ଇଣ୍ଟରନେଟ୍ ବ୍ୟବହାର କରି ପାରିନଥିବା ଜଣାପଡ଼ିଛି। ଟେଲିକମ୍ ଅପରେଟର୍ଙ୍କ ସୂଚନା ମୁତାବକ ଦିଲ୍ଲୀର ମଣ୍ଡି ହାଉସ୍, ଶିଲମପୁର, ଜଫରବାଦ, ଜାମିଆ ନଗର, ସଇନ୍ବାଗ, ବାଓ୍ଵନା ଆଦି ସ୍ଥାନରେ ମୋବାଇଲ, ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି।
ଦିଲ୍ଲୀରେ ୧୯ ମେଟ୍ରୋ ଷ୍ଟେସନ, ମୋବାଇଲ୍, ଇଣ୍ଟରନେଟ୍ ସେବା ବନ୍ଦ
୩୭ ଆନ୍ଦୋଳନକାରୀ ଗିରଫ, ୧୨୦୦ ଅଟକ
/sambad/media/post_attachments/wp-content/uploads/2019/12/sfd5g4hsf867hsf98h7sf98hfshhhhhhhhhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)