ଅହମଦାବାଦ: ଗୁଜରାଟର ଗିର ସୋମନାଥ ଜିଲ୍ଲାରେ ଗତ ରବିବାର ରାତିରୁ ନେଇ ସୋମବାର ସକାଳ ପର୍ଯ୍ୟନ୍ତ ପ୍ରାୟ ୧୯ ଥର ଭୂମିକମ୍ପ ଅନୂଭୁତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୧.୭ ରୁ ୩.୩ ଥିଲା । ସୌଭାଗ୍ୟବଶତଃ ରାତିରୁ ନେଇ ସକାଳ ପର୍ଯ୍ୟନ୍ତ ଏତେ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ଏଥିରେ କାହାରି କିଛି କ୍ଷତି ହୋଇ ନଥିବା ସୂଚନା ରହିଛି।
ଗାନ୍ଧିନଗର ସ୍ଥିତ ଭୂକମ୍ପ ଅନୁସନ୍ଧାନ ସଂସ୍ଥା(ଆଇଏସଆର)ର ଜଣେ ବରିଷ୍ଠ ଅଧିକାରୀ ଏହାକୁ ମୌସୁମୀ ଦ୍ବାରା ସୃଷ୍ଟି ହୋଇଥିବା ଭୂକମ୍ପ ବୋଲି କହିଛନ୍ତି। ଯାହା ସାଧାରଣତଃ ଦୁଇ ତିନି ମାସର ପ୍ରବଳ ବର୍ଷା ପରେ ଗୁଜରାଟ ସୌରାଷ୍ଟ୍ରର କିଛି ଅଞ୍ଚଳରେ ଅନୁଭୂତ ହୋଇଥିଲା । ତେବେ ଏ ନେଇ ଭୟଭୀତ ହେବାରେ କୌଣସି କାରଣ ନାହିଁ ବୋଲି ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ।
/sambad/media/post_attachments/a6b335017fe4e78ddd9921cf9ec6fa79bee2d674b70250ba1fa2b6bb64ac6d27.jpg)
ଆଇଏସଆର ଅନ୍ୟ ଜଣେ ଅଧିକାରୀଙ୍କ କହିବାନୁସାରେ, ରବିବାର ରାତି ୧.୪୨ ପରଠାରୁ ପ୍ରାୟ ୧୯ଟି ଭୂମିକମ୍ପ ଅନୂଭୁତ ହୋଇଥିଲା । ଯାହାର କେନ୍ଦ୍ର ଗିରି ସୋମନାଥ ଜିଲ୍ଲାର ତାଲାଲାର ପୂର୍ବ-ଉତ୍ତର-ପୂର୍ବ କୁହାଯାଉଛି।
ତେବେ ଅଧିକାଂଶ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩ରୁ ତଳକୁ ଥିବାବେଳେ ୬ଟି ଭୂମିକମ୍ପ ୩ରୁ ଉପରକୁ ଥିଲା । ସୋମବାର ସକାଳେ ୩ଟା ବାଜି ୪୫ ମିନିଟରେ ଆସିଥିବା ଭୂକମ୍ପର ତୀବ୍ରତା ୩.୩ ରହିଥିଲା। ଶେଷ ଭୂମିକମ୍ପ ସକାଳ ୯.୨୬ ମିନିଟରେ ଅନୂଭୁତ ହୋଇଥିଲା ଯାହାର ତୀବ୍ରତା ଥିଲା ୩.୨ ଥିଲା। ଏହାର କେନ୍ଦ୍ର ତାଲାଲାରୁ ୧୧କିମି ପୂର୍ବ-ଉତ୍ତର-ପୂର୍ବ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/earthquake-in-nepal.jpg)