ଓଡ଼ିଶାର ୧୯ ନଦୀ ମୁହାଣ ପ୍ରଦୂଷିତ

ନୂଆଦିଲ୍ଲୀ : ଓଡ଼ିଶାର ୧୯ଟି ନଦୀ ମୁହାଣ ପ୍ରଦୂଷିତ। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ଦର୍ଶାଯାଇଛି। ଏହି ତଥ୍ୟକୁ ଆଜି ଲୋକସଭାରେ ଉପସ୍ଥାପନ କରାଯାଇଥିଲା। ରିପୋର୍ଟ ମୁତାବକ ଭାରତର ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୩୫୧ଟି ନଦୀ ମୁହାଣ ପ୍ରଦୂଷିତ ଅଛି। ପ୍ରଦୂଷିତ ହୋଇଥିବା ଓଡ଼ିଶାର ୧୯ ନଦୀ ମୁହାଣ ମଧ୍ୟରେ ଗଙ୍ଗୁଆ, ଗୁରାଡ଼ି, ନଲ୍ଲାହ, କାଠଯୋଡ଼ି, ନନ୍ଦିରାଝୋର, ଦୟା, କୁଆଖାଇ, ବାଙ୍ଗୁରା, ଭେଡେନ୍‌, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁସୁମି, ମହାନଦୀ, ମଙ୍ଗଳା, ନାଗାବଳି, ଲୁଣ, ରତ୍ନଚିର, ଋଷିକୁଲ୍ୟା, ସାବୁଲିଆ ଓ ସେରୁଆ ଆଦି ରହିଛି। ସରକାରଙ୍କ ରିପୋର୍ଟ ଅନୁସାରେ ପ୍ରଦୂଷିତ ନଦୀ ମୁହାଣରେ ପ୍ରଦୂଷଣ ମାତ୍ରା ହ୍ରାସ କରିବା ପାଇଁ ଜାତୀୟ ନଦୀ ସଂରକ୍ଷଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶାର ଉପକୂଳ ଅଞ୍ଚଳ ପାଇଁ ୨୦୧୭-୧୮ରେ ୧.୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର