ଆସନ୍ତାକାଲି ଶ୍ରୀହରିକୋଟାରୁ ଆମାଜୋନିଆ-୧ ସହ ଅନ୍ୟ ୧୮ଟି ଉପଗ୍ରହର ଉତକ୍ଷେପଣ, ଓଲଟଗଣନା ଆରମ୍ଭ

ବିଶାଖାପାଟ୍‌ନମ: ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ଶ୍ରୀହରିକୋଟାସ୍ଥିତ ସତୀଶ୍ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହ ଆମାଜୋନିଆ-୧ ସହ ୧୮ଟି ଉପଗ୍ରହକୁ ଉତକ୍ଷେପଣ କରାଯିବ । ଏହା  ରବିବାର ଭାରତୀୟ ସମୟ ୧୦.୨୪ରେ ଉତକ୍ଷେପଣ ହେବାକୁ ଥିବା ବେଳେ ଏ ନେଇ ଶନିବାର ସକାଳ ୮.୪୫ରୁ ସାଢେ ୨୫ ଘଣ୍ଟିଆ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ମିଳିଥିବା ସୂଚନା ମୁତାବକ, ପିଏସଏଲଭି-ସି-୧୫ ରକେଟ୍ ସହାୟତାରେ ବ୍ରାଜିଲର ଏହି ଅପ୍ଟିକାଲ ଅବଜରଭେସନ୍ ସାଟେଲାଇଟ ଆମାଜୋନିଆ-୧କୁ ମହାକାଶକୁ ପଠାଯିବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହା ସହ ଅନ୍ୟ ୧୮ଟି ଉପଗ୍ରହକୁ ବି ପ୍ରଥମ ଲଞ୍ଚପ୍ୟାଡରୁ ଉତକ୍ଷେପଣ କରାଯିବ ।

ଉତକ୍ଷେପଣ ହେବାକୁ ଥିବା ଏହି ୧୮ଟି ଉପଗ୍ରହ ମଧ୍ୟରେ ସ୍ପେସ୍ କିଡଜ୍ ଇଣ୍ଡିଆର ଏସଡି ସାଟ୍ (ସତୀଶ୍ ଧାୱନ୍ ସାଟ୍) ସହ କୋଇମ୍ବାଟୁରର ଶ୍ରୀଶକ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, ଶ୍ରୀପେରୁମ୍ବୁଦୁରର ଜେପିଆର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ନାଗପୁରର ଜିଏଚ୍ ରାଇସୋନି କଲେଜ ଅଫ୍ ଇଞ୍ଜିନିୟରିଂ ଆଦି ୩ଟି କଲେଜ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ୟୁନିସାଟର ମଧ୍ୟ ଉତକ୍ଷେପଣ କରାଯିବ । ଅନ୍ୟ ଉପଗ୍ରହ ମଧ୍ୟରେ ଭାରତର ସିନ୍ଧୁନେତ୍ର, ଆମେରିକାର ସାଇ-୧, ନାନୋକନେକ୍ଟ-୨, ୧୨ଟି ଅନ୍ୟ ଉପଗ୍ରହ ରହିଛି।

ଆସନ୍ତାକାଲି ଏହି ଉପଗ୍ରହଗୁଡିକର ଯଦି ସଫଳ ଉତକ୍ଷେପଣ ହେବ ତା’ହେଲେ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଏକ ନୂଆ ଇତିହାସ ରଚିବ । ଗୋଟିଏ ଥରରେ ମହାକାଶକୁ ଏତେ ପରିମାଣର ଉପଗ୍ରହ ପଠାଇବା ଭଳି ସଫଳତା ଭାରତକୁ ମିଳିବ ।

ସମ୍ବନ୍ଧିତ ଖବର