ତେଲେଙ୍ଗାନାରେ ୧୯ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ: ତେଲେଙ୍ଗାନାର ଇଣ୍ଟର୍‌ ପରୀକ୍ଷା ଫଳ ପ୍ରକାଶ ପରେ ରାଜ୍ୟରେ ଅନ୍ୟୁନ ୧୯ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଫଳ ହୋଇଥିବା ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରୁଥିବା ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ଚଳିତ ବର୍ଷ ଏହି ସଂଖ୍ୟା ବଢି ୧୯ରେ ପହଂଚିଛି। ଏପ୍ରିଲ ୧୮ରେ ଇଣ୍ଟର୍‌ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ତିରୁମଲପୁରର ଜଣେ ୧୭ ବର୍ଷୀୟ ଛାତ୍ରୀ ଏସ୍‌ ଜ୍ୟୋତି ନିଆଁରେ ପୋଡି ହୋଇ ଆତ୍ମହତ୍ୟା କରିଥିଲେ। ମୀଥି ନାମକ ଅନ୍ୟ ଜଣେ ଛାତ୍ରୀ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ବେଳେ ମେଡ଼କ ଜିଲ୍ଲାର ୧୮ ବର୍ଷୀୟ ରାଜୁ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଅତି ତରବରିଆ ଭାବେ ପରୀକ୍ଷା ଫଳ ପ୍ରକାଶ କରାଯାଇଥିବାରୁ ବିଫଳ ହୋଇଥିବା ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର